୮ମାସ ପରେ ଜେଲରୁ ମୁକୁଳିଲେ ‘ପ୍ୟାଡମ୍ୟାନ୍’ର ପ୍ରଡ୍ୟୁସର ପ୍ରେରଣା ଅରୋରା : ଅକ୍ଷୟ କୁମାରଙ୍କ ସହ ରହିଛି ଖାସ୍ ସମ୍ପର୍କ

Published By : Prameya-News7 Bureau | September 24, 2019 IST

wp:heading {"level":5}
ମୁମ୍ବାଇ ୨୪/୯: ୩ଟି ଫିଲ୍ମ ପାଇଁ ନ୍ୟାସନାଲ ଆଓ୍ବାର୍ଡ଼ ଜିତିଥିବା ବଲିଉଡ ଫିଲ୍ମ ପ୍ରଡ୍ୟୁସର ଏବଂ କ୍ରିଅର୍ଜ ଏଣ୍ଟରଟେନମେଣ୍ଟର ଡାଇରେକ୍ଟର ପ୍ରେରଣା ଅରୋରା ୮ମାସ ପରେ ଜେଲରୁ ଜାମିନରେ ଆସିଛନ୍ତି। ତାଙ୍କ ବିରୋଧରେ ୩୧.୬କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ମୁମ୍ବାଇ ଇକୋନୋମିକ୍ ଅଫିସ୍ ଓ୍ବିଙ୍ଗ ,ପ୍ରେରଣାଙ୍କୁ ଗିରଫ କରିଥିଲା କାରଣ ସେ ବାସୁ ଭାଗନାନିଙ୍କଠୁ ଫିଲ୍ମ ‘ପ୍ୟାଡମ୍ୟାନ୍’ ଏବଂ ‘କେଦାରନାଥ’ ପାଇଁ ଟଙ୍କା ଉଧାର ନେଇଥିଲେ କିନ୍ତୁ ତାଙ୍କୁ ଫେରାଇନଥିଲେ।
/wp:heading {"id":162211}
wp:heading {"level":3}

 

/wp:heading wp:heading {"level":5}
ପ୍ରେରଣା ଅରୋରାଙ୍କ ପ୍ରଡକ୍ସନ ହାଉସ ‘ରୁସ୍ତମ’,‘ଟୟେଲେଟ୍ ଏକ ପ୍ରେମ କଥା’,‘ପ୍ୟାଡମ୍ୟାନ୍’ ଭଳି ପ୍ରସିଦ୍ଧ ଫିଲ୍ମ ନିର୍ମାଣ କରିଛି। ସେ ଜେଲରୁ ବାହାରିବା ପରେ ପଶ୍ଚାତାପ କରିଛନ୍ତି ଏବଂ ପୁଣି ଥରେ ନିଜ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। ସେ ଜେଲରେ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ମଧ୍ୟ ସେୟାର କରିଛନ୍ତି।
/wp:heading {"id":162212}

ଅଭିନେତା ଅକ୍ଷୟ କୁମାରଙ୍କ ସହ ପ୍ରେରଣାଙ୍କ ଖାସ୍ କନେକ୍ସନ୍ ରହିଛି କାରଣ ତାଙ୍କର ୩ଟି ହିଟ୍ ଫିଲ୍ମରେ ଅକ୍ଷୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। |

{"id":162213}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.