Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପଞ୍ଚାୟତରୁ ବାହାରିଲେ ଏକାଧିକ ପଜିଟିଭ୍‌, ସପ୍ତାହେ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

11/05/2021 at 11:44 AM

ବାଲିଗୁଡ଼ା ୧୧।୦୫: କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ବଢିଚାଲିଛି । ୨ଲହରୀ ବେଶି ଘାତକ ହେଉଥିବା ବେଳେ ତୁମୁଡିବନ୍ଧ ଅଞ୍ଚଳରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ପଞ୍ଚାୟତକୁ ସାପ୍ତାହିକ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ତୁମୁଡିବନ୍ଧ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ମାଝୀ ପଞ୍ଚାୟତକୁ ୧୧ମଇ ମାନେ ଆଜିଠାରୁ ୧୭ମଇ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ପୁରା ଅଞ୍ଚଳରେ ସାପ୍ତାହିକ ସଟଡାଉନ୍ ଘୋଷଣା କରାଯାଇଛି।  ରାଜ୍ୟ ସରକାରଙ୍କ ଲକ ଡାଉନ୍ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଥିଲା। ବଜାର, ବୁଡାପଡ଼ା, ଖାରି ସହି ଅଞ୍ଚଳରୁ ଦୁଇ ଦିନ ମଧ୍ୟରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଏବେ ମୁଣ୍ଡ ବଥା ବଢ଼ାଇଦେଇଛି।

ତେବେ ଏହି ସଟଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ଏହା ବ୍ୟତୀତ ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି। ଯଦି କେହି କୋଭିଡ଼ କଟକଣାକୁ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts