ସାବଧାନ! ଖୋଲାରେ ମିଳୁଥିବା କ୍ଷୀରଠାରୁ ଦୁଇଗୁଣ ବିଷାକ୍ତ ପ୍ୟାକେଟ୍‌ କ୍ଷୀର, ପର୍ଦ୍ଦାଫାଶ କଲେ FSSAI ଅଧିକାରୀ, ଏହି ରାଜ୍ୟରେ ସର୍ବାଧିକ...

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ୧୯|୧୦: ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀର ଓ ଖୋଲାରେ ମିଳୁଥିବା କ୍ଷୀର ସଂପର୍କରେ Food regulator Food Safety and Standards Authority of India (FSSAI) ଏକ ସାଂଘାତିକ ତଥ୍ୟ ପ୍ରଦାନ କରିଛି। ଦେଶରେ ମିଳୁଥିବା ଖୋଲା କଞ୍ଚା କ୍ଷୀରଠାରୁ ପ୍ୟାକେଟ୍ କ୍ଷୀର ଦୁଇଗୁଣ ବିଷାକ୍ତ ବୋଲି ଦେଶବ୍ୟାପୀ ଅନୁଷ୍ଠିତ ଗବେଷଣାରୁ ଜଣାପଡ଼ିଛି। Food regulator Food Safety and Standards Authority of India (FSSAI)ର ଅଧିକାରୀ ଦେଶରେ ମିଳୁଥିବା ପ୍ୟାକେଟ ଓ ଖୋଲା କଞ୍ଚା କ୍ଷୀର ନମୂନା ନେଇ ପରୀକ୍ଷା କରିଛନ୍ତି।  ବଜାରରେ ମିଳୁଥିବା ଖୋଲା କଞ୍ଚା କ୍ଷୀର ଓ ପ୍ୟାକେଟ କ୍ଷୀର( ପାଶ୍ଚରାଇଜଡ ମିଲକ୍) ମଧ୍ୟରେ ବହୁ ପାର୍ଥକ୍ୟ ରହିଥିବା ଦର୍ଶାଇଛନ୍ତି।

{"id":171731}

ପ୍ୟାକେଟ୍‌ କ୍ଷୀର ୧୦.୪ ପ୍ରତିଶତ ଶରୀର ପାଇଁ କ୍ଷତିକାରକ ହୋଇଥିବା ବେଳେ କଞ୍ଚା କ୍ଷୀର ୪.୮ ପ୍ରତିଶତ କ୍ଷତିକାରକ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଅର୍ଥାତ ଗୋଲାରେ ମିଳୁଥିବା କଞ୍ଚା କ୍ଷୀରଠାରୁ ପ୍ୟାକେଟ୍‌ କ୍ଷୀର ଦୁଇଗୁଣ କ୍ଷତିକାରକ।  ପ୍ୟାକେଟ୍‌ କ୍ଷୀରରେ Aflatoxin-m1, ଆଣ୍ଟିବାୟୋଟିକ୍‌ ଓ କୀଟନାଶକ ଭଳି ବିଷାକ୍ତ ପଦାର୍ଥ ମିଶିଥାଏ। ପ୍ୟାକେଟ୍‌ କ୍ଷୀରରେ Aflatoxin-m1 ଅଧିକ ପରିମାଣରେ ରହିଥାଏ। ସାଧାରଣତଃ Aflatoxin-m1କୁ ପଶୁଙ୍କ ଖାଦ୍ୟରେ ବ୍ୟବହାର ହୋଇଥାଏ। ତାମିଲନାଡ଼ୁ, ଦିଲ୍ଲୀ, କେରଳ, ପଞ୍ଜାବ ୟୁପି, ମହାରାଷ୍ଟ୍ର ଓ ଓଡିଶାରେ ମିଳୁଥିବା ପ୍ୟାକେଟ୍‌ କ୍ଷୀର ନମୂନାରେ ଅଧିକ ପରିମାଣର Aflatoxin-m1 ମିଳିଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ୟୁପି, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ୍ ପ୍ୟାକେଟ୍‌ କ୍ଷୀର ନମୂନାରେ ଆଣ୍ଟିବାୟୋଟିକ୍‌ ଅଧିକ​‌ ମାତ୍ରାରେ ରହିଥିବା କଥା ଜଣା ପଡ଼ିଛି।

{"id":171732}

ଗୁଣାତ୍ମକ ପରୀକ୍ଷାରେ ପ୍ୟାକେଟ କ୍ଷୀରର ୨,୬୦୭ ନମୂନା ମଧ୍ୟରୁ ୩୭.୭ ପ୍ରତିଶତ ଫେଲ କରିଛି ।  ସେହିପରି ବଜାରରେ ମିଳୁଥିବା ଖୋଲା କ୍ଷୀରର ୩୮,୮୨୫ ନମୂନାରୁ ୪୭ ପ୍ରତିଶତ ଗୁଣାତ୍ମକ ପରୀକ୍ଷାରେ ଫେଲ ହୋଇଛି। ମୋଟ୍‌ ଉପରେ ପ୍ୟାକେଟ୍‌ କ୍ଷୀରର ୧୦.୪ ପ୍ରତିଶତ ନମୂନା ଶରୀର ପାଇଁ କ୍ଷତିକାରକ ହୋଇଥିବା ବେଳେ ଖୋଲାରେ ମିଳୁଥିବା କଞ୍ଚା କ୍ଷୀରର ୪.୮ ପ୍ରତିଶତ ଶରୀର ପ୍ରତି କ୍ଷତି କ୍ଷାରକ ହୋଇଥାଏ।

 Aflatoxin-m1 କ ‘ଣ?

ଡାଇରୀ ଫାର୍ମିଙ୍ଗ୍‌ରେ ଅଧିକାଂଶ Aflatoxin-m1, ବି-୧, ବି-୨ ଓ ଏମ-୨ର ବ୍ୟବହାର ହୋଇଥାଏ। ପଶୁମାନଙ୍କ ଖାଦ୍ୟରେ Aflatoxin-ବି୧ କୁ ମିଶାଇ ଖାଇବା ଲାଗି ଦିଆଯାଇଥାଏ। ଏହା ଦ୍ବାରା କ୍ଷୀରରେ Aflatoxin-m1 ରୂପରେ ବାହାରିଥାଏ। ଫାର୍ମିଙ୍ଗରେ Flattoxin ଓ mycotoxinର ବ୍ୟବହାରରେ ଏସ୍ପର୍ଜିଲସ୍‌  ପ୍ୟାରାସାଇଟିକ୍ସ ନାମକ କବକ ଉତ୍ପନ୍ନ ହୋଇଥାଏ। ଏହା ମନୁଷ୍ୟ ଓ ପଶୁ ଉଭୟଙ୍କ ପାଇଁ କ୍ଷତିକାରକ ହୋଇଥାଏ। 

ଏହି ସ୍ଥାନକୁଡିକରେ ପ୍ୟାକେଟ୍‌ କ୍ଷୀରରେ Aflatoxin- m1 ମିଳିଥିଲା

wp:table
ରାଜ୍ୟ ସାମ୍ପୁଲ(ନମୁନା)   ରସାୟନ     ପ୍ୟାକେଟ୍‌     ଖୋଲା କ୍ଷୀର
ତାମିଲନାଡ଼ୁ  551           88 60 28
ଦିଲ୍ଲୀ       262 38 36 02
କେରଳ 187 37 29 08
ପଞ୍ଜାବ       203 29 13 16
ଉତ୍ତରପ୍ରଦେଶ 729 27 13 14
/wp:table

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.