Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଲକ୍‌ଡାଉନ୍‌ରେ କୋହଳ: ଆଉଟ୍‌ଡୋରରେ ଟ୍ରେନିଂ ଆରମ୍ଭ କରିବାରେ ପ୍ରଥମ ଭାରତୀୟ କ୍ରିକେଟ୍‌ର ହେଲେ ଏହି ଖେଳାଳି

23/05/2020 at 9:08 PM

ପାଲଘର ୨୩।୦୫: ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର କରୋନ ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ଦୁଇ ମାସ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ରହିବା ପରେ ଶନିବାର ଆଉଟ୍‌ଡୋର ଟ୍ରେନିଂ ଆରମ୍ଭ କରିବାରେ ପ୍ରଥମ ଭାରତୀୟ କ୍ରିକେଟ୍‌ର ହୋଇଛନ୍ତି। ଭାରତ ପାଇଁ ଗୋଟିଏ ଟେଷ୍ଟ, ୧୧ ଦିନିକିଆ ଓ ୧୫ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିବା ଶାର୍ଦ୍ଦୁଳ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବୋଇସରରେ ସ୍ଥାନୀୟ ପଡିଆରେ କିଛି ଘରୋଇ ଖେଳାଳିଙ୍କ ସହିତ ଅଭ୍ୟାସ୍ ଆରମ୍ଭ କରିଛନ୍ତି।

ମହାରାଷ୍ଟ୍ର ସରକାର ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ବିନା ଦର୍ଶକରେ ବ୍ୟକ୍ତିଗତ ଟ୍ରେନିଂ ପାଇଁ ଷ୍ଟାଡିୟମ ଖୋଲିବାକୁ ଅନୁମତି ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ମେ ୩୧ ପର୍ଯ୍ୟନ୍ତ  ଜାରି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କିଛି କୋହଳ କରିଛନ୍ତି।

୨୮ ବର୍ଷୀୟ ଶାର୍ଦ୍ଦୁଳ ଠାକୁର ପିଟିଆଇକୁ କହିଛନ୍ତି, ମୁଁ ଆଜି ଅଭ୍ୟାସ୍ ଆରମ୍ଭ କରିଛି। ବହୁତ ଆରାମ ଅନୁଭବ କରୁଛି। ଦୁଇ ମାସ ପରେ ଟ୍ରେନିଂ କରିବା ନିଶ୍ଚିତ ରୂପେ ଭଲ କଥା। ଜଣେ ଅଧିକାରୀ କହିଛନ୍ତି, ପାଲଘର ଦାହାନୁ ତାଲୁକା କ୍ରୀଡା ସଙ୍ଘ ବୋଇସରରେ ନେଟ୍ ଅଭ୍ୟାସ୍‌ ଆରମ୍ଭ କରି ଦେଇଛନ୍ତି। ଏହା ମୁମ୍ବାଇରୁ ୧୧୦ କିମି ଦୂର।

ସୁରକ୍ଷା ସମ୍ବନ୍ଧିତ ସମସ୍ତ ଗାଇଡ୍‌ ଲାଇନ୍‌ ପାଳନ  କରାଯାଇଛି। ବୋଲରଙ୍କୁ ଯେଉଁ  ବୋଲ ମିଳିଛି ତାକୁ ପ୍ରଥମେ ସଂକ୍ରମଣବିହୀଣ କରାଗଲା ଓ ଯେଉଁ ଖେଳାଳି ଅଭ୍ୟାସ୍ ପାଇଁ ପହଞ୍ଚିଲେ ସମସ୍ତଙ୍କର ସ୍କ୍ରିନିଂ କରାଗଲା।

   Related Posts