Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଭାରସାମ୍ୟ ହରାଇ ଓଲଟିଲା ପିଏସି ଟ୍ରକ୍, ୧୫ରୁ ଅଧିକ ଯବାନ ଆହତ

7/05/2021 at 11:22 AM

ବାଗପତ ୭।୫: ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗାଜିଆବାଦର ୪୭ ବାଟାଲିୟନକୁ ଯାଉଥିବା ଏକ PAC ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲ ଉପରେ ଓଲଟିପଡିଥିଲା । ଫଳରେ ୧୫ରୁ ଅଧିକ ଯବାନ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କୁହାଯାଉଛି ଯେ, ବାଗପତର ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଥିବା କାଠା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । PACର ଏହି ଟ୍ରକ୍ ବାଗପତ ଇଷ୍ଟର୍ଣ୍ଣ ପେରିଫେରଲ ରାସ୍ତା ଦେଇ ଗାଜିଆବାଦ ୪୭ PACକୁ ଯାଉଥିଲା । ରାସ୍ତାରେ ଷ୍ଟିଅରିଂ ଫେଲ୍ ହେବାରୁ PAC ର ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଯବାନମାନେ ଚିତ୍କାର କରିବାକୁ ଲାଗିଥିଲେ । ସ୍ଥାନୀୟଲୋକ ଆହତ ଯବାନମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୧୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଟ୍ରକ୍ ରେ ରଖାଯାଇଥିବା ଯବାନଙ୍କ ସବୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ଟ୍ରକରେ କାଚ ମଧ୍ୟ ଭାଙ୍ଗିଯାଇଛି ।

ବର୍ତ୍ତମାନ ଆହତ ଯବାନମାନେ ବାଗପତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । PAC ଟ୍ରକ୍ ରେ ଥିବା ଜିତେନ୍ଦ୍ର ମୀନା, ମନୋଜ କୁମାର, ଅବଦାର ଅହମ୍ମଦ, ରତ୍ନ ଲାଲ, ରାକେଶ, ମୁକେଶ, ମୋହିତ, ସୁମିତ, ସତ୍ୟନ୍ଦ୍ରପାଲ, ଶିବକାନ୍ତ, ୟୁସୁଫ ଖାନ, ଅମନ କୁମାର, ରବି, ଭୁପେନ୍ଦ୍ର, ସଞ୍ଜୟ କୁମାରଙ୍କ ସମେତ ଅନେକ ଯବାନ ଆହତ ହୋଇଛନ୍ତି ।

   Related Posts