ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆକ୍ରମଣ ମାମଲା, ଦୋଷୀ ସାବ୍ୟସ୍ତ ୪୭ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶ

Published By : Prameya-News7 Bureau | July 03, 2019 IST

ଢାକା:   ପ୍ରାୟ ୨୫ ବର୍ଷ ପୂର୍ବେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପରେ ହୋଇଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। ମାମଲାରେ କୋର୍ଟ ମୋଟ ୪୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରୁ  କୋର୍ଟ ୧୩ ଜଣଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରିଥିବା ବେଳେ ୨୫ ଜଣଙ୍କୁ ଆଜୀବନ ଓ ୯ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ସାକ୍ଷ ଓ ପ୍ରମାଣ ଆଧାରରେ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ ଅପରାଧୀମାନେ ବିଏନପି ନେତୃତ୍ୱାଧୀନ ମେଣ୍ଟର କାର୍ଯ୍ୟକର୍ତ୍ତା ଓ ସମର୍ଥକ ଥିଲେ ବୋଲି ଜଣାପଡିଛି।

{"id":130185,"width":580,"height":337}

ହସୀନା ବିରୋଧୀ ଦଳ ନେତ୍ରୀ ଥିବା ବେଳେ ୧୯୯୪ ମସିହା ସେପ୍ଟେମ୍ବର ୨୩ ତାରିଖ ଦିନ ଏହି ଆକ୍ରମଣ ହୋଇଥିଲା। ନିର୍ବାଚନ ନିମନ୍ତେ ହସୀନା ସେତେବେଳେ ସାରା ଦେଶରେ ପ୍ରଚାର ଚଳାଇଥିଲେ। ଏହିକ୍ରମରେ ସେ ଟ୍ରେନ ଯୋଗେ ପାବନା ଯାଉଥିବା ବେଳେ ଇଶ୍ବାର୍ଦ୍ଦୀ ନିକଟରେ ତାଙ୍କ ବଗି ଉପରକୁ ଆକ୍ରମଣ ହୋଇଥିଲା।  ଖାଲିଦା ଜିଆଙ୍କ ନେତୃତ୍ୱାଧୀନ ବିଏନପି ସରକାରର ପ୍ରଥମ କାର୍ଯ୍ୟକାଳ ସମୟରେ ହୋଇଥି୍ବା ଏହି ଆକ୍ରମଣର ଏବେ ରାୟ ପ୍ରକାଶ ପାଇଛି।

{"id":130186}

ଖାଲିଦା ସରକାରରେ ମେଣ୍ଟ ଦଳର କାର୍ଯ୍ୟକର୍ତ୍ତା ସେମାନଙ୍କ ସମର୍ଥକଙ୍କ ଦ୍ବାରା ଏହି ଆକ୍ରମଣ କରାଇଥିଲେ। ତେବେ ସେତେବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରୁ ଶେଖ ହସିନା ଅଳ୍ପକେ ବର୍ତ୍ତି ଯାଇଥିଲେ। ମାମଲା ପାବନା କୋର୍ଟରେ ବିଚାରାଧୀନ ଥିବା ବେଳେ ଅତିରିକ୍ତ ସେସନ୍ସ ଜଜ୍ ରୁସ୍ତମ ଅଲ୍ଲୀ ଏହି ଦଣ୍ଡାଦେଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.