Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆଜି ପବିତ୍ର ଅକ୍ଷୟ ତୃତୀୟା, ଚାଷ କାର୍ଯ୍ୟ ଆରମ୍ଭ କରିବ ଚଷା ପୁଅ

15/05/2021 at 7:16 AM

ଭୁବନେଶ୍ୱର ୧୫।୦୫: ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷ କାର୍ଯ୍ୟ ଆରମ୍ଭ କରିବ ଚାଷୀ । ଆଜି ଚାଷୀ ନିଜ କ୍ଷେତକୁ ପୂଜା କରିବା ସହ ସେଠାରେ ବିହନ ବୁଣିବା ପରମ୍ପରା ରହିଛି । ଓଡ଼ିଆ ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଏହି ପୂଜା ହୋଇଥାଏ ।

ଆଜି ଠାରୁ ଚାଷ କାମ ଆରମ୍ଭ ହୋଇଥାଏ । ସକାଳୁ ସକାଳୁ ଚାଷୀ ଟିଏ ତାର ଚାଷ ଜମିକୁ ପୂଜା କରିବା ପାଇଁ ପ୍ରଥମେ ଘରେ କଳସ ବସେଇ ପୂଜାର୍ଚ୍ଚନା କରି ନିଜର ଚାଷ ଜମିକୁ ଯାଇଥାଏ । ସେଠାରେ ନେଇଥିବା ବିହନ କୁ ବୁଣି ପୁଜା କରିଥାଏ । ବିଶ୍ୱାସ ରହି ଆସିଛି ଏହି ଦିନ ନିଜର ଚାଷ ଜମିରେ ବିହନ ମୁଠାଏ ପକେଇ ପୂଜା କରିବା ସହ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଅକ୍ଷି ମୁଠି ଅନକୂଳ କରେ ଚାଷୀ ।

   Related Posts