ନିର୍ଭୟା ମାମଲା: ଫାଶୀ ପାଇଁ ତିହାର ଜେଲରେ ପହଁଚିଲେ ପବନ ଜହ୍ଲାଦ, ବୁଧବାର କରିବେ ଅଭ୍ୟାସ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩:    ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳେ ଫାଶୀ ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି। ତେବେ ଫାଶୀ ଦେବାକୁ ପବନ ଜଲ୍ହାଦ ତିହାର ଜେଲରେ ପହଁଚିଥିବା ସୂଚନା ମିଳିଛି। ବୁଧବାର ଦିନ ଫାଶୀ ପାଇଁ ପବନ ଜହ୍ଲାଦ ଅଭ୍ୟାସ କରିବେ।

ପବନ ଜହ୍ଲାଦ ତିହାର ଜେଲର ଗେଷ୍ଟ ହାଉସରେ ରହିବେ। ବୁଧବାର ସେ ଦୋଷୀଙ୍କ କୁଶପୁତଳିକାକୁ ଫାଶୀରେ ଲଟକାଇ ଅଭ୍ୟାସ କରିବେ। ଜେଲରେ ଦୋଷୀଙ୍କ ଫାଶୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ଦାଖଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।  ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ ଦର୍ଶାଇଥିଲା। ତେଣୁ ଫାଶୀଦଣ୍ଡ ରବ୍ଦ କରିବାକୁ ସେ ଆବେଦନରେ କହିଥିଲା। ମୁକେଶ ତରଫରୁ ବରିଷ୍ଠ ଓକିଲ ଏମଏଲ ଶର୍ମା ପଟିଆଲା ହାଉସ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ। ଏହା ପୂର୍ବରୁ ମୁକେଶ ଓକିଲ ବୃନ୍ଦା ଗ୍ରୋଭରଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲା। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ସୋମବାର ଏହି ମାମଲାରେ ଦୋଷୀ ଅକ୍ଷୟ, ପବନ ଓ ବିନୟ ଫାଶୀଦଣ୍ଡକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୋଷୀଙ୍କ ଓକିଲ ଏପି ସିଂ ଅନ୍ତର୍ଜାତୀୟ କୋର୍ଟରେ ନ୍ୟାୟ ପାଇଁ ପତ୍ର ଲେଖିଥିଲେ। ଏହାସହ ମାର୍ଚ୍ଚ ୨୦ରେ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଇବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.