ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପିଏ, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 12, 2019 IST

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି । ରମେଶ ସହରର ଗଣଭାରତୀ ଅଞ୍ଚଳରେ ଆତ୍ମହତ୍ୟା କରିଥିବା ବେଳେ ଶୁକ୍ରବାର ଆୟକର ଚଢଉ ବେଳେ ରମେଶ ତାଙ୍କ ସହ ଥିଲେ ବୋଲି ପରମେଶ୍ୱର କହିଛନ୍ତି। ଆୟକର ବିଭାଗ ଗତକାଲି ଏକକାଳୀନ ପରମେଶ୍ୱରଙ୍କ   ୩୦ଟି ଠିକଣା ଉପରେ ଚଢଉ କରିଥିଲା। ତେବେ ଏଥି ଲାଗି ବିବ୍ରତ ନ ହେବା ପାଇଁ ସେ ରମେଶଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି ପରମେଶ୍ୱର।

{"id":169313}

ରମେଶ ଜଣେ ମୃଦୁ ଭାଷୀ ବ୍ୟକ୍ତିଥିଲେ ବୋଲି ପରମେଶ୍ୱର କହିଥିବା ତାଙ୍କର ଏଭଳି ଆତ୍ମହତ୍ୟାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଶୁକ୍ରବାର ଆୟକର ଚଢଉ ବେଳେ ୪.୫୨କୋଟି ଟଙ୍କା ଜବତ ହୋଇଥିଲା। ତେବେ ଆୟକରର ଏହି ଚଢଉରେ ପରମେଶ୍ୱରଙ୍କ ପିଏ ରମେଶଙ୍କୁ ସାମିଲ କରାଯାଇନଥିଲା ବୋଲି ଆୟକର ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ଆୟକର ବିଭାଗ ରମେଶଙ୍କୁ ପକ୍ଷଭୁକ୍ତ କରି ନାହିଁ କି ତାଙ୍କ ବିରୋଧରେ କୌଣସି ମୋକଦ୍ଦମା ରୁଜୁ ହୋଇନଥିବା ଆୟକର ଅଧିକାରୀ କହିଛନ୍ତି।  

{"id":169314}

ଜାଣନ୍ତୁ ପୁରା ଘଟଣା କ’ଣ
ବରିଷ୍ଠ କଂଗ୍ରେସନେତା ପରମେଶ୍ୱର ଓ ଆର.ଏଲ.ଜଲପ୍ପା ତାଙ୍କ ପରିବାର ଓ ସମ୍ପର୍କିୟଙ୍କ ସହ ମିଶି ଉଚ୍ଚ ଶିକ୍ଷଣ ସଂସ୍ଥା ଶୃଙ୍ଖଳା ପରିଚାଳନା କରନ୍ତି। ଏଥିରେ ମେଡିକାଲ, ଡେଣ୍ଟାଲ ଓ ଅନେକ ଇଞ୍ଜିନିୟରିଂ କଲେଜ ପରିଚାଳିତ ହେଉଛନ୍ତି। ତେବେ ପରମେଶ୍ୱର ଓ ତାଙ୍କ ପରିବାର ଶିଦ୍ଧାର୍ଥ ଗୃପ ଅଫ ଇନଷ୍ଟିଚ୍ୟୁସନର ପରିଚାଳନା କରୁଛନ୍ତି। ଉଭୟ ନେତାଙ୍କ ବିଭିନ୍ନ ପରିସରରେ ଶୁକ୍ରବାର ୧ଶହରୁ ଅଧିକ ଆୟକର ବିଭାଗ ମିଳିତ ଚଢଉ କରିଥିବା ବେଳେନଗଦ ୪ କୋଟି ୫୨ ଲକ୍ଷ ଟଙ୍କା ଜବତ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.