ଆଇଏନଏକ୍ସ ମିଡିଆ ମାମଲା: ଚିଦାମ୍ବରମଙ୍କ ଜାମିନ ଆବେଦନ ପୁଣି ଅଗ୍ରାହ୍ୟ , ଜାଣନ୍ତୁ କୋର୍ଟଙ୍କୁ କ’ଣ କହିଲେ ପିସି
27/11/2019 at 4:39 PM

ନୂଆଦିଲ୍ଲୀ ୨୭।୧୧ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ହାଜତରେ ୯୮ ଦିନ ପୂରଣ କରିଛନ୍ତି। ବୁଧବାର ତାଙ୍କ ଜାମିନ ଲାଗି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କୋର୍ଟ ତାଙ୍କୁ ଆଉ ୧୫ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏଣୁ ଚିଦାମ୍ବରମ ଡିସେମ୍ବର ୧୧ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ।

ଜାମିନ ନିବେଦନ ତର୍କ କାଳରେ ଚିଦାମ୍ବରମ ଇଡିଙ୍କ ତର୍କକୁ କୋର୍ଟଙ୍କ ଦ୍ୱାରା ଖାରଜ କରାଇଥିଲେ। ଏହାସତ୍ତ୍ୱେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦେବା ତାଙ୍କୁ ଅସନ୍ତୁଷ୍ଟ କରିଥିଲା। ଏଣୁ ଚିଦାମ୍ବରମ ସୁପ୍ରିମକୋର୍ଟଙ୍କ ୩ ସଦସୀୟ ଖଣ୍ଡପୀଠଙ୍କୁ ‘ପ୍ରମାଣ ହେରଫେର କରିବା ଆଶଙ୍କା ଓ ମୁଁ ଖସି ପଳାଇବା ଡରରେ ହାଇକୋର୍ଟ ମୋର ଜାମିନ ମଞ୍ଜୁର କରିନଥିବା କହିଥିବା ବେଳେ ’ ତାଙ୍କ ଓକିଲ କପିଲ ଶିବଲ ‘ଗୁରୁତର ଅଭିଯୋଗ ’ କାରଣରୁ କୋର୍ଟ ତାଙ୍କୁ ଜାମିନ ଦେଉନଥିବା କହିଛନ୍ତି।

ଶିବଲ କହିଥିଲେ ଯେ ଚିଦମ୍ବରମଙ୍କୁ ବୋଧେ କୋର୍ଟ ‘ରଙ୍ଗା ବିଲ୍ଲା’ ଭାବୁଛନ୍ତି। ତାଙ୍କୁ ଜାମିନ ଦେଲେ ହୁଏତ କୌଣସି ବଡ ଘଟଣା ଭିଆଇ ପାରନ୍ତି ଏଣୁ କୋର୍ଟ ତାଙ୍କୁ ଜାମିନ ଦେଉ ନାହାନ୍ତି ବୋଲି ଶିବଲ କୋର୍ଟଙ୍କୁ କହିଥିଲେ। ତେବେ ପୂର୍ବାହ୍ନରେ ଚିଦମ୍ବରମ କୋର୍ଟରେ ହାଜର ହେବା ପୂର୍ବରୁ ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କୁ ତିହାର ଜେଲରେ ସାକ୍ଷାତ କରିଥିଲେ। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ସାକ୍ଷାତ ଆଲୋଚନାରେ ରାହୁଲ ପିସିଙ୍କୁ ମନବଳ ଦୃଢ କରିବାକୁ କହିଥିବା ଜଣାପଡିଛି।