ସିବିଆଇ ରିମାଣ୍ଡରେ କେମିତି କଟିଲା ପି. ଚିଦାମ୍ବରମ୍‌ଙ୍କ ରାତି, ଜାଣନ୍ତୁ...

Published By : Prameya-News7 Bureau | August 23, 2019 IST

ନୂଆଦିଲ୍ଲୀ ୨୩|୮: ୫ଦିନିଆ ସିବିଆଇ ରିମାଣ୍ଡରେ ପୂର୍ବତନ ଅର୍ଥ ତଥା ଗୃହମନ୍ତ୍ରୀ ପି . ଚିଦାମ୍ବରମ୍ । ତେବେ ରିମାଣ୍ଡର ପ୍ରଥମ ଦିନରେ ଓପାସରେ ରାତି କାଟିଛନ୍ତି  ଚିଦାମ୍ବରମ୍ ।  ରାତ୍ରିଭୋଜନ ପାଇଁ ସେ ଘରୋଇ ଖାଦ୍ୟ ଡିମାଣ୍ଡ କରିଥିବା ବେଳେ ଅଦାଲତଙ୍କ ଅନୁମତି ନଥିବାରୁ ସିବିଆଇ ଅଧିକାରୀମାନେ ଏହାକୁ ଅଗ୍ରାହ୍ୟ କରିଥିଲେ । ତେବେ କ୍ୟାଣ୍ଟିନ ଖାଦ୍ୟ ପାଇଁ ମନା କରିବା ସହ ଓପାସ ରହିଥିଲେ ଚିଦାମ୍ବରମ୍ ।

ସେହିପରି ଡାକ୍ତର ଓ ସିବିଆଇ ଅଫିସରମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିଥିଲେ ମଧ୍ୟ ବେଶୀ କିଛି କହିନଥିଲେ । ଚିଦାମ୍ବରମ୍‌ଙ୍କୁ ସିବିଆଇ ଅଫିସର ଗ୍ରାଉଣ୍ଡ ଫ୍ଲୋରରେ ଥିବା ସୁଟ୍ ନମ୍ବର ୫ରେ ରଖାଯାଇଥିବା ବେଳେ ଦୁଇ ଜଣ ସିବିଆଇ ଅଧିକାରୀ ତାଙ୍କୁ ଜଗି ରହିଛନ୍ତି । ସେହିପରି ପୂରା ଏରିଆ ୨୪ ଘଣ୍ଟା ଯାକ ସିସିଟିଭି ନଜରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.