Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଚିଦାମ୍ବରମ୍‌ଙ୍କ ନୂଆ ଠିକଣା ଜେଲ୍ ନମ୍ବର ୭, ଜାଣନ୍ତୁ କେମିତି କଟିଲା ପ୍ରଥମ ରାତି

6/09/2019 at 9:38 AM

ନୂଆଦିଲ୍ଲୀ ୬।୯: ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ତିହାର ଜେଲ୍ ପଠାଇଦେଇଛି । ତିହାର ଜେଲ୍ ର ଗେଟ୍ ନମ୍ବର ୪ଟିରେ ପ୍ରବେଶ କରିଥିଲେ ଚିଦାମ୍ବରମ୍ । ଜେଲ୍ ରେ ରଖାଯିବା ଆଗରୁ ଚିଦାମ୍ବରମଙ୍କର ମେଡିକାଲ ଯାଞ୍ଚ ମଧ୍ୟ କରାଯାଇଥିଲା । ରାତ୍ରି ଭୋଜନରେ ତାଙ୍କୁ ରୁଟି ଆଉ ଡାଲି ଏବଂ ଭାତ ଖାଇବାକୁ ଦିଆଯାଇଥିଲା ।

ତିହାର ଜେଲରେ ଚିଦାମ୍ବରମ୍ ଙ୍କୁ ଓ୍ବେଷ୍ଟର୍ଣ୍ଣ ଟୟଲେଟ୍, ଚଷମା, ଔଷଧ, ସୁରକ୍ଷା ବ୍ୟବସ୍ଥା, ଅଲଗା ବାରକ ସହିତ ଅନ୍ୟ ସୁବିଧା ଯୋଗାଇଦେବା ପାଇଁ ଗୁରୁବାର ଦିନ ଓକିଲ କପିଲ ସିବଲ ରାଉଜ ଏଭନ୍ୟୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ କପିଲ ସିବଲଙ୍କ ଆବେଦନକୁ ସ୍ବୀକାର କରି ସମସ୍ତ ସୁବିଧା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତିହାର ଜେଲ୍ ରେ ଚିଦାମ୍ବରମ୍‌ଙ୍କୁ ଜେଲ୍ ନମ୍ବର ୭ ଏବଂ ଅଲଗା ବାରାକ୍ ରେ ରଖାଯାଇଛି । ତାଙ୍କୁ ଖାଇବାକୁ ରୁଟି, ଡାଲି, ଭାତ ଏବଂ ତରକାରୀ ଦିଆଯାଇଥିଲା । ଏହାସହ ଜରୁରୀ ଔଷଧ, ଚଷମା, ସୁରକ୍ଷା, ଓ୍ବେଷ୍ଟର୍ଣ୍ଣ ଟୟଲେଟ୍, ଟିଭି ଏବଂ ବହି ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଜେଲ୍ ଅଧୀକ୍ଷକ କହିଥିଲେ । ଯେଉଁ ସୁବିଧା ଯୋଗାଇଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ତିହାର ଜେଲରେ ବିଚାରବିଭାଗୀୟ କଏଦୀଙ୍କ ଭଳି ଚିଦାମ୍ବରମ୍‌ଙ୍କୁ ସହ ମଧ୍ୟ ସମାନ ବ୍ୟବହାର କରାଯିବ । ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଜେଲ୍ ର ମାନୁଆଲ ଅନୁଯାୟୀ ସମସ୍ତ ସୁବିଧା ଯୋଗାଇଦିଆଯିବ ।

ଜେଲ୍ ମାନୁଆଲ ହିସାବରେ ଚିଦାମ୍ବରମ୍‌ଙ୍କୁ ରାତି ୯ଟାରେ ବାରକ୍ ରଖାଯାଇଥିଲା । ସକାଳ ୬ଟାରୁ ୭ ମଧ୍ୟରେ ଉଠାଇଦିଆଯାଇଥିଲା । ସକାଳ ଜଳଖିଆରେ ଦଲିଆ, ବ୍ରେଡ୍ ଚା ଏବଂ ବିସ୍କୁଟ ଦିଆଯାଇଥିଲା ।

ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପି. ଚିଦାମ୍ବରମ୍‌ଙ୍କୁ ୨୨ ଅଗଷ୍ଟରେ ଗିରଫ କରିଥିଲା । ଏହାପରେ ସେ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିଥିଲେ । ଏହାପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

   Related Posts