'ହର୍ଷବର୍ଦ୍ଧନଙ୍କ ଇସ୍ତଫା ଅନ୍ୟ ବିଜେପି ନେତାଙ୍କ ଲାଗି ଏକ ଓ୍ଵାର୍ଣ୍ଣିଂ ବେଲ୍'

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୭।୭: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ବୁଧବାର ସମ୍ପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳର କିଛି ପୁରୁଣା ମନ୍ତ୍ରୀଙ୍କୁ ନୂଆ ପଦବୀ ମିଳିଥିବା ବେଳେ ଅନେକ ନୂଆ ମୁହଁ ସାମିଲ କରିଛନ୍ତି।  ତେବେ ସମ୍ପ୍ରସାରଣ ଲାଗି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ଇସ୍ତଫା ମଧ୍ୟ ଦେବାକୁ ପଡିଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଡା. ହର୍ଷବର୍ଦ୍ଧନଙ୍କ ଇସ୍ତଫା ଏବେ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ଶରବ୍ୟ କରିଛି।  କଂଗ୍ରେସ ଏଥିପାଇଁ ଏବେ ବିଜେପିକୁ ଟାର୍ଗେଟ କରୁଛି।

{"id":477188,"width":837,"height":471,"sizeSlug":"large","linkDestination":"none"}

ଡା.ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦେଶରେ କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନାରେ ବିଫଳତାକୁ ପ୍ରମାଣିତ କରୁଥିବା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ କହିଛନ୍ତି। ସେ କହିଛନ୍ତି ଯେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ କଥା ଅନ୍ୟପ୍ରକାର ଥିଲା। ହେଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ସରକାରଙ୍କ କୋଭିଡ ପରିଚାଳନାରେ ବିଫଳତାର ସ୍ପଷ୍ଟ ସ୍ୱୀକାରୋକ୍ତି ନୁହେଁ ତ ଆଉ କ’ଣ ବିଚାର କରାଯିବ ବୋଲି ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶ୍ନ କରିଛନ୍ତି।

wp:embed {"url":"https://twitter.com/PChidambaram_IN/status/1412742190107967491","type":"rich","providerNameSlug":"twitter","responsive":true,"className":""}
https://twitter.com/PChidambaram_IN/status/1412742190107967491
/wp:embed

ଚିଦାମ୍ବରମ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଲାଗି ମନ୍ତ୍ରୀମାନଙ୍କର ଇସ୍ତଫା ସେମାନଙ୍କ ଲାଗି ଏକ ଶିକ୍ଷା ହୋଇପାରେ। କାରଣ ଯଦି ସବୁ ଠିକଠାକ ଚାଲିଥାନ୍ତା ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଯାଇଥାନ୍ତା। ଯେହେତୁ ଯୋଜନା ମୁତାବକ ସବୁ ଠିକଠାକ ଚାଲିପାରିଲା ନାହିଁ ତେହେତୁ ମନ୍ତ୍ରୀମାନଙ୍କୁ ପତନର ଦିନ ଦେଖିବାକୁ ପଡିଲା। ଏଥିରୁ ସରକାରଙ୍କ ବିଫଳତାର ମୂଲ୍ୟ ଏବେ ସେମାନଙ୍କୁ ଦେବାକୁ ପଡୁଛି ବୋଲି ବିଚାର କରାଯାଉଥିବା ସେ କହିଛନ୍ତି।  

wp:embed {"url":"https://twitter.com/rssurjewala/status/1412738851261452293","type":"rich","providerNameSlug":"twitter","responsive":true,"className":""}
https://twitter.com/rssurjewala/status/1412738851261452293
/wp:embed

ଡା.ହର୍ଷବର୍ଦ୍ଧନଙ୍କ ଇସ୍ତଫାରେ କେବଳ ଚିଦାମ୍ବରମ ନୁହନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ଦେଶରେ ଯେଉଁ ଜାତୀୟ ବିପର୍ଯ୍ୟୟ ପ୍ରସମନ ପ୍ରାଧିକରଣ ମହାମାରୀ ପରିଚାଳନା କରୁଛନ୍ତି  ନିଜେ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି। ଏଣୁ ପ୍ରଧାନମନ୍ତ୍ରୀ ନିଜର ଦାୟିତ୍ୱହୀନ ବ୍ୟବହାର ଲାଗି ନିଜକୁ ଦାୟିକରିବେ କି ? ଏଥିପାଇଁ ନିଜେ ଇସ୍ତଫା ଦେବି କି ନା ସ୍ୱସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କୁ ବଳିର ବୋଦା କରି ନିଜର ହାତ ଝାଡିଝୁଡି ଦେବେ ବୋଲି ପ୍ରଶ୍ନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.