'ମୋ ଭବିଷ୍ୟବାଣୀ ସତ ହେଲା, ଭାରତକୁ ମିଳିଲାନି ଲକ୍‌ଡାଉନ୍‌ର ଲାଭ'- କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଲେ ପି.ଚିଦାମ୍ବରମ୍

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ଶନିବାର ଦିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଭାରତ ଏକ ମାତ୍ର ଦେଶ ଯେଉଁଠାରେ ଲକଡାଉନ ରଣନୀତିର କିଛି ଫାଇଦା ହୋଇନାହିଁ | ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ହୋଇପାରେ ବୋଲି ଅନୁମାନ କରିଛନ୍ତି |  

wp:core-embed/twitter {"url":"https://twitter.com/PChidambaram_IN/status/1302130881054691330","type":"rich","providerNameSlug":"twitter","className":""}
https://twitter.com/PChidambaram_IN/status/1302130881054691330
/wp:core-embed/twitter

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୦ ଲକ୍ଷ ପାର କରିବା ପରେ ଚିଦାମ୍ବରମ ସରକାରଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା କରୋନା ଭାଇରସରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୩୧ ଲକ୍ଷ ୭ ହଜାର ୨୨୭ ହୋଇଛି | ଚିଦାମ୍ବରମ କହିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ପାର କରିପାରେ ବୋଲି ସେ ଅନୁମାନ କରିଥିଲେ | କିନ୍ତୁ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଭାରତ ୫୫ ଲକ୍ଷ ପାର କରିଦେବ | ସେପ୍ଟେମ୍ବର ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷରେ ପହଞ୍ଚିବ |

ଭାରତ ଏକ ମାତ୍ର ଦେଶ ଯେଉଁଠାରେ ଲକଡାଉନର କୌଣସି ଲାଭ ମିଳିନି | ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଚିଦାମ୍ବରମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନରେ କରୋନାକୁ ହରାଇବାକୁ ପ୍ରତିଶୃତି ଦେଇଥିଲେ | ତେବେ ଭାରତ କାହିଁକି ଅସଫଳ ହେଲା ତାହା ତାଙ୍କୁ କହିବା ଉଚିତ | କିନ୍ତୁ ଅନ୍ୟ ଦେଶଗୁଡିକ ଲକଡାଉନ ଲାଗୁ କରି ସଫଳ ହୋଇଥିବା ଜଣାପଡୁଛି |

wp:core-embed/twitter {"url":"https://twitter.com/PChidambaram_IN/status/1302130878944964609","type":"rich","providerNameSlug":"twitter","className":""}
https://twitter.com/PChidambaram_IN/status/1302130878944964609
/wp:core-embed/twitter

ଆଉ ଏକ ଟ୍ୱିଟରେ ଚିଦାମ୍ବରମ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଅର୍ଥ ମନ୍ତ୍ରାଳୟକୁ ଟାର୍ଗେଟ କରି କହିଛନ୍ତି ମନ୍ତ୍ରାଳୟ ପାଖରେ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୟମାସିକରେ ଅଦ୍ଭୂତପୂର୍ବ ନକାରାତ୍ମକ ବୃଦ୍ଧିର ଉତ୍ତର ନାହିଁ | କିନ୍ତୁ ଦେଶବାସୀଙ୍କୁ ଭ୍ରମିତ କରିବା ଓ ପୁଣି ବିକାଶର ଖେଳ ଖେଳିବା ସହ ସାମ୍ନାକୁ ଆସିଛନ୍ତି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.