ତିହାରରେ ପହଞ୍ଚିଲେ ଚିଦାମ୍ବରମ, ଜାଣନ୍ତୁ କେତେ ନମ୍ବର ଜେଲରେ କିପରି ରହିବେ ପୂର୍ବତନ ଅର୍ଥମନ୍ତ୍ରୀ, କ’ଣ ମିଳିବ ସୁବିଧା

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ:  ଜେଲ ନ ଯିବା ଲାଗି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କୁ ତିହାର ପହଞ୍ଚାଇ ଦିଆଯାଇଛି। ବିଚାରପତି ଅଜୟ କୁମାର କୁହାର ତାଙ୍କୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ତେବେ ଏହି ସମୟରେ ତାଙ୍କୁ ସାଙ୍ଗରେ ତାଙ୍କର  ଔଷଧ ରଖିବାକୁ ବିଚାରପତି ଅନୁମତି ଦେଇଥିବା ବେଳେ  ‘ଜେଡ’ କ୍ୟାଟେଗୋରୀ ସୁରକ୍ଷା ଉପଲବ୍ଧ କରୁଥିବାରୁ ତାଙ୍କୁ ଜେଲର ସ୍ୱତନ୍ତ୍ର ସେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ତିହାରରେ କ’ଣ ସୁବିଧା ସୁଯୋଗ ପାଇବେ ଚିଦାମ୍ବରମ।

{"id":153691}

ସାଧାରଣତଃ ଆର୍ଥିକ ଅପରାଧ ସହ ସମ୍ପୃକ୍ତ ଅପରାଧୀଙ୍କୁ ୭ ନମ୍ବର ଜେଲରେ ରଖାଯାଏ। ସେଠାରେ ବିଚାରାଧୀନ ବନ୍ଦୀଙ୍କ ଲାଗି ତଳେ ଶୋଇବାର ବ୍ୟବସ୍ଥା ରହିଛି। ତେବେ କାରାଗାର ପକ୍ଷରୁ ବନ୍ଦୀମାନଙ୍କୁ ତିନି ୪ଟି କମ୍ବଳ ଦିଆଯାଇଥାଏ। ହେଲେ ଯେହେତୁ ଚିଦାମ୍ବରମଙ୍କ ବୟସ ୬୦ ବର୍ଷ ପାର ହୋଇଯାଇଛି ଓ ଜେଡ ପ୍ଲସ୍ ସୁରକ୍ଷାରେ ରହୁଥିଲେ ତାଙ୍କୁ କାରାଗାରର ସ୍ୱତନ୍ତ୍ର କକ୍ଷରେ ରଖାଯିବ। ଯେଉଁଠି ଶୋଇବା ଲାଗି ତାଙ୍କୁ କାଠର ତକ୍ତା ଖଟ ଉପଲବ୍ଧ କରାଯାଇପାରେ।   

{"id":153692,"width":557,"height":611}

ସେହିପରି ଖାଇବାକୁ ଚିଦାମ୍ବରମଙ୍କୁ ରୁଟି, ଡାଲି ଓ ତରକାରୀ ଦିଆଯିବ। ଶୌଚ ପାଇଁ ତାଙ୍କ କକ୍ଷ ସହ ୱେଷ୍ଟର୍ଣ୍ଣ ଟୟଲେଟ ସୁବିଧା ମିଳିବ। କୋର୍ଟରେ ତାଙ୍କ ଓକିଲ କିପଲ ଶିବଲ ଚିଦାମ୍ବରମଙ୍କ ଲାଗି ୱେଷ୍ଟର୍ଣ୍ଣ ଟୟଲେଟ ଦାବି କରିଥିଲେ ଯାହାକୁ ନ୍ୟାୟାଳୟ ମଞ୍ଜୁର କରିଛନ୍ତି। ତେବେ ଜେଲରେ ଚିଦାମ୍ବରମଙ୍କୁ ଜେଲ ମାନୁଆଲ ବ୍ୟତୀତ ଅନ୍ୟ କୌଣସି ସୁବିଧା ସୁଯୋଗ ମିଳିବ ନାହିଁ।

{"id":153693}

ମାନୁଆଲ ଅନୁସାରେ ବନ୍ଦୀଙ୍କୁ ରାତି ୯ଟା ବାଜିଲେ ବାରାକରେ ବନ୍ଦ କରିଦିଆଯାଏ। ତା ପରଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ଉଠିବାକୁ ପଡିଥାଏ। ଦିନର୍ଯ୍ୟା ଭାବେ ଫ୍ରେସ ହେବା ପରେ ବିଚାରାଧୀନ ବନ୍ଦୀଙ୍କୁ ଜେଲରୁ ଜଳଖିଆ ମିଳିଥାଏ। ଜେଲ ଜଳଖିଆରେ ଚିଦାମ୍ବରମଙ୍କୁ ଚା, ବିସ୍କୁଟ, ଦଲିଆ ଅଥବା ବ୍ରେଡ ଦିଆଯାଇପାରେ। ଜଳଖିଆ ଖାଇବା ପରେ କିଛି ସମୟ ବାହାରେ ଟହଲିବାକୁ ଦିଆଯାଏ । ପରେ ମଧ୍ୟାହ୍ନ ଭୋଜନରେ ରୁଟି, ଡାଲି ଓ ତରକାରୀ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.