Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଇଡିଙ୍କ ରିମାଣ୍ଡ ନିବେଦନ ଖାରଜ, ନଭେମ୍ବର ୧୩ ପର୍ଯ୍ୟନ୍ତ ଚିଦାମ୍ବରମ ରହିବେ ବିଚାରବିଭାଗୀୟ ହାଜତରେ

30/10/2019 at 5:03 PM

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ନଭେମ୍ବର ୧୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି। ଗତ ୨୪ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚିଦାମ୍ବରମଙ୍କୁ ଦ୍ୱିତୀୟବାର ୭ ଦିନ ରିମାଣ୍ଡରେ ନେଇଥିଲେ। ବୁଧବାର ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ତାଙ୍କୁ କୋର୍ଟରେ ହଜାର କରିଥିଲେ।

ଇଡି ଚିଦାମ୍ବରମଙ୍କୁ ପୁଣି ଦିନକ ଲାଗି ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। ସୋଲିସେଟର ଜେନେରାଲ ତୁଷାର ମେହେଟା ରିମାଣ୍ଡର ଏହି ଗୋଟିଏ ଦିନକୁ ଇଡି ପ୍ରଭାବୀ ଢଙ୍ଗରେ ଉପଯୋଗ କରିବାକୁ ଚାହେଁ ବୋଲି କୋର୍ଟଙ୍କୁ କହିଥିଲେ। ତେବେ ଚିଦାମ୍ବରମଙ୍କ ଓକିଲ କିପଲ ଶିବଲ ଏହାର ବିରୋଧ କରିଥିଲେ। ସେ କହିଥିଲେ ଯେ ଇଡି ୨ ଥରରେ ୧୪ ଦିନ  ଚିଦାମ୍ବରମକୁ ରିମାଣ୍ଡରେ ନେଇସାରିଛି। ଏହା ପରେ ଏପରି ଆଉ କ’ଣ ରହିଛି ଯାହା ଇଡି ଦିନକରେ କରିଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ତେବେ କୋର୍ଟ ଇଡିଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଚିଦାମ୍ବରମଙ୍କୁ ୧୫ ଦିନ ଲାଗି ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ସିବିଆଇଙ୍କ ଦ୍ୱାରା ଗିରଫ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କହି ଇଡି ଚିଦାମ୍ବରମଙ୍କୁ ଗିରଫ କରିଥିଲେ। ପରେ କୋର୍ଟରୁ ରିମାଣ୍ଡରେ ନେଇ ଦୁଇଥର ପଚରା ଉଚରା ମଧ୍ୟ କରିଛି।

   Related Posts