Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଏମ୍ସରୁ ବାହାରିଲେ ଚିଦାମ୍ବରମ,ଗଲେ ଇଡି ହାଜତକୁ

28/10/2019 at 10:55 PM

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମ ସୋମବାର ଗୁରୁତର ଅସୁସ୍ଥ ହୋଇପଡିବା ଯୋଗୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଭର୍ତ୍ତି ହୋଇଥିଲେ। ତେବେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଏମ୍ସରୁ ଡିଶ୍ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି ) ତାଙ୍କୁ ପୁଣି ନିଜ ହଜାତକୁ ନେଇଛନ୍ତି। ଗତ ୨୭ ତାରିଖ ଦିନ ଚିଦାମ୍ବରମଙ୍କ ପ୍ରଥମ ଇଡି ରିମାଣ୍ଡ ପୁରଣ ହୋଇଥିଲା। ତେବେ ମିଳିଥିବା କିଛି ତଥ୍ୟ ଲାଗି ଇଡି ତାଙ୍କୁ ପୁଣି ୭ ଦିନ ରିମାଣ୍ଡରେ ନେବାକୁ ନିବେଦନ କରିଥିବା ବେଳେ କୋର୍ଟ ମଞ୍ଜୁର କରିଥିଲେ। ଏଣୁ ଚିଦାମ୍ବରମ ପୁଣି ଇଡି ରିମାଣ୍ଡରେ ଥିବା ବେଳେ ସୋମବାର ଅସୁସ୍ଥ ହୋଇପଡିଥିଲେ।

ସକାଳେ ଚିଦାମ୍ବରମ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଣୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତେବେ ହାଜତରେ ଥିବା ବେଳେ ଚିଦାମ୍ବରମ ଅସୁସ୍ଥ ହେବାର କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ସେ ୩ ଥର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି। ଗତ ଅକ୍ଟୋବର ୭ ତାରିଖ ଦିନ ସେ ପ୍ରଥମେ ଅସୁସ୍ଥ ହୋଇଥିଲେ। ଏହା ପରେ ତାଙ୍କୁ ୨୩ ଓ ୨୫ ଅକ୍ଟୋବରରେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଣୁ ଗତ ୨୭ ତାରିଖରେ ତାଙ୍କ ଓକିଲ ଚିଦାମ୍ବରମଙ୍କ ଲାଗି କୋର୍ଟଙ୍କୁ ୨ ଦିନିଆ ଅନ୍ତରିଣ ଜାମିନ ନିବେଦନ କରିଥିଲେ।

 କୋର୍ଟ ଜାମିନ ମଞ୍ଜପର କରିଥିଲେ ସେ ହାଇଦ୍ରାବାଦ ଯାଇ ତାଙ୍କ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ ହୋଇଫେରିଥାନ୍ତେ। ହେଲେ କୋର୍ଟ  ଇଡିଙ୍କ ରିମାଣ୍ଡ ମଞ୍ଜୁର କରିଥିଲେ କିନ୍ତୁ ଚିଦାମ୍ବରମଙ୍କ ଅନ୍ତରିଣ ଜାମିନ ମଞ୍ଜୁର କରିନଥିଲେ। ହେଲେ କୋର୍ଟ ତାଙ୍କର ଯେକୌଣସି ପ୍ରକାର ଅସୁସ୍ଥତାରେ ଦିଲ୍ଲୀ ଅନ୍ତର୍ଗତ ଅଞ୍ଚଳରେ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।  

   Related Posts