Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଏମ୍ କେୟାର୍ ଫଣ୍ଡରୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ୍ – କହିଲେ ‘ଲକ୍ଷ୍ୟ ଅସ୍ପଷ୍ଟ, ଗାଁରେ ଶ୍ରମିକ କରିବେ କଣ ?’

14/05/2020 at 3:16 PM

ନୂଆଦିଲ୍ଲୀ ୧୪/୦୫ : କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ପ୍ରବାସୀ ଶ୍ରମିକଙ୍କ ପାଇଁ ପିଏମ୍ କେୟାର୍ ଫଣ୍ଡରୁ ଜାରି କରାଯାଇଥିବା ୩୧୦୦ କୋଟି ଟଙ୍କାର ଧନରାଶିରୁ ହଜାରେ କୋଟି ଟଙ୍କା ଉପରେ ପ୍ରଶ୍ନ ଉଠାଇଛନ୍ତି | ଚିଦାମ୍ବରମ୍ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କେୟାର୍ ଫଣ୍ଡରୁ ଜାରି କରାଯାଇଥିବା ଧନରାଶିର ଆବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ସେ ଲେଖିଛନ୍ତି ପିଏମ୍ କେୟାର୍ ଫଣ୍ଡ୍ ପ୍ରବାସୀ ଶ୍ରମିକଙ୍କ ପାଇଁ ହଜାରେ କୋଟି ଟଙ୍କା ଆବଣ୍ଟନ କରିଛି | ଦୟାକରି ଛୋଟ ଭୁଲ କରନ୍ତୁନି |

ସେ ଲେଖିଛନ୍ତି ଯେ, ‘ଟଙ୍କା ପ୍ରବାସୀ ଶ୍ରମିକଙ୍କୁ ଦିଆଯିବନି, ବରଂ ସେମାନଙ୍କ ଯାତ୍ରା, ଆବାସ, ଚିକିତ୍ସା ଏବଂ ଖାଦ୍ୟ ଖର୍ଚ୍ଚ ଉଠାଇବା ପାଇଁ ଦିଆଯିବ | ଶ୍ରମିକଙ୍କ ହାତକୁ କିଛି ଯିବନି |’ ସେ ଜଣେ ପ୍ରବାସୀ ଶ୍ରମିକଙ୍କ ଉଦାହରଣ ଦେଇ କହିଛନ୍ତି, ‘ଉଦାହରଣସ୍ୱରୂପ ଜଣେ ପ୍ରବାସୀ ଶ୍ରମିକ ନିଜ ଗାଁକୁ ଫେରି ଆସିଛନ୍ତି | ଗାଁରେ ତା ପାଖେ ନା ଚାକିରୀ ଅଛି ନା ଆଉ କିଛି କାମ | ତାହେଲେ ସେ ନିଜ ପରିବାରର ଭରଣ ପୋଷଣ କିଭଳି କରିବ ?’

ପିଏମ୍ କେୟାର୍ ଫଣ୍ଡ୍ ଟ୍ରଷ୍ଟ ବୁଧବାର, ମେ ୧୩ ତାରିଖରେ କୋଭିଡ-୧୯ ବିରୋଧରେ ମୁକାବିଲା ପାଇଁ ୩ ହଜାର ୧୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲା | ଏହି ଟଙ୍କା ଭେଣ୍ଟିଲେଟର୍ କିଣିବା ପାଇଁ ଏବଂ ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକ ପାଇଁ ଉପଯୋଗ କରାଯିବ | ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏକ ବୟାନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି | ବୟାନ ଅନୁଯାୟୀ, ପିଏମ୍ କେୟାର୍ ଫଣ୍ଡରୁ ୩ ହଜାର ୧୦୦ କୋଟି ଟଙ୍କାରୁ ପାଖାପାଖି ୨ ହଜାର କୋଟି ଟଙ୍କାରେ ଭାରତରେ ନିର୍ମିତ ଭେଣ୍ଟିଲେଟର୍ କିଣାଯିବ ଏବଂ ହଜାରେ କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ ଦେଖରେଖ ପାଇଁ ଖର୍ଚ୍ଚ କରିବା ପାଇଁ ନିର୍ଧାରିତ ହୋଇଛି | ବାକି ୧୦୦ କୋଟି ଟଙ୍କା କରୋନା ଭାଇରସ ଟୀକା ପାଇଁ ବ୍ୟବହାର ହେବ |

ପ୍ରବାସୀ ଓ ଅଭାବୀଙ୍କ କଲ୍ୟାଣ ପାଇଁ ବର୍ତମାନ ଉପାୟଗୁଡିକୁ ମଜବୁତ କରିବା ପାଇଁ ଏହି ଫଣ୍ଡରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ୧୦୦୦ କୋଟି ଟଙ୍କା ଦିଆଯିବ | ଏହି ରାଶି ଜିଲ୍ଲା ଅଧିକାରୀ, ନିଗମ ଅଧିକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ରାଜ୍ୟଙ୍କୁ ଦିଆଯିବ ଯେଉଁମାନେ ପ୍ରବାସୀ ଶ୍ରମିକଙ୍କୁ ଖଡ଼ିବା, ରହିବା, ଉପଚାର ଏବଂ ପରିବହନ ବ୍ୟବସ୍ଥା ପାଇଁ ବ୍ୟବହାର କରିବେ 

   Related Posts