Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଟାର୍ଗେଟ କଲେ ଚିଦାମ୍ବରମ, ଜାଣନ୍ତୁ ବିଜେପିକୁ ପଚାରିଲେ କ’ଣ?

5/12/2019 at 1:52 PM

ନୂଆଜିଲ୍ଲୀ ୫।୧୨ :  ଜେଲରୁ ଜାମିନରେ ମୁକୁଳିବା ପରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଗୁରୁବାର ସଂସଦରେ ଯୋଗଦେଇଛନ୍ତି । ଏହି ଅବସରରେ ସଂସଦ ଭବନ ପରିସରରେ ଅହେତୁକ ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭରେ ଚିଦାମ୍ବରମ ଯୋଗଦେଇଥିବା ବେଳେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ଦେଶର ଦେବାଳିଆ ଆର୍ଥିକ ଅବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପିକୁ ‘ଆଛେ ଦିନ’ ପରିକଳ୍ପନା ନେଇ ପ୍ରଶ୍ନ କରିଛନ୍ତି।

ଚିଦାମ୍ବରମ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ତାଙ୍କ ବିରୋଧରେ କୋର୍ଟରେ ଲମ୍ବିତ ମାମଲାରେ କୌଣସି ପ୍ରସଙ୍ଗ ଆଲୋଚନା କରିବେ ନାହିଁ ବୋଲି କହିଥିଲେ। ତେବେ ଦେଶର ଅର୍ଥ ବ୍ୟବସ୍ଥା ଏବେ ମାଟି ସାଉଁଟୁଥିବାର କହିଥିଲେ ପିସି। ଦେଶର ଜିଡିପି ଏବେ ୫ ପ୍ରତିଶତରେ ପହଞ୍ଚିଥିବା ସରକାର କହୁଛନ୍ତି । ତେବେ ତାହା ବାସ୍ତବ ଜିଡିପି ନୁହେଁ ବୋଲି ଚିଦାମ୍ବରମ କହିଥିବା ବେଳେ ଦେଶର ଜିଡିପି ହାର ଏବେ ୧.୫ ପ୍ରତିଶତରେ ପହଞ୍ଚିଛି।

ମୁଦ୍ରାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିରବତା ଅବଲମ୍ବନ କରୁଥିବା ବେଳେ ପ୍ରସଙ୍ଗରେ ତାଙ୍କ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇ ରଖିଛନ୍ତି।  ସେହିପରି ତାଙ୍କ ନିଜ ପରିସ୍ଥିତି ଅପେକ୍ଷା କାଶ୍ମୀରବାସୀଙ୍କୁ ନେଇ ସେ ଅଧିକ ଚିନ୍ତିତ ଥିବା ସାମ୍ବାଦିକଙ୍କୁ କହିଥିଲେ। ମୋତେ ଯେତେବେଳେ ଘରୁ ଗିରଫ କରାଗଲା ମୁଁ ସେତେବେଳେ କାଶ୍ମୀରବାସୀଙ୍କ କଥା ଭାବୁଥିଲି ବୋଲିକହିଥିଲେ। ଲୋକେ ବିଜେପି ସରକାରରେ ଭୟଭୀତ ଅବସ୍ଥାରେ ଥିବା କହିଥିଲେ ଚିଦାମ୍ବରମ।  

   Related Posts