Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ବରଖାସ୍ତ ଦାବି କଲେ ଚିଦାମ୍ବାରମ, ଜାଣନ୍ତୁ କାହିଁକି ?

28/04/2021 at 9:13 PM

ନୂଆଦିଲ୍ଲୀ ୨୮।୪:  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଏକ ବୟାନକୁ ନେଇ କଂଗ୍ରେସ ବୁଧବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରିଷ୍ଠ ନେତା ପି.ଚିଦାମ୍ବରମ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ନିଜର ପ୍ରତିକ୍ରିୟା ପ୍ରକଟ କରିଥିବା ବେଳେ ଭାରତ ସରକାର ଦେଶବାସୀଙ୍କୁ ମୁର୍ଖ ଭାବୁଥିବା କହିଛନ୍ତି। ଏଣୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଡା.ହର୍ଷବର୍ଦ୍ଧନଙ୍କ ବରଖାସ୍ତ ଦାବି କରିଛନ୍ତି।

ସବୁ ଟେଲିଭିଜନ ଚାନେଲ କଣ ମିଥ୍ୟା ଭିଜୁଆଲ ପ୍ରସାରଣ କରୁଛନ୍ତି ? ସବୁ ଖବର କାଗଜରେ ପ୍ରକାଶିତ ଖବର ବି କଣ ମିଥ୍ୟା ? ପରିବାର ଲୋକେ କଣ ମିଛ କଥା କହୁଛନ୍ତି ? ବୋଲି ଚିଦାମ୍ବରମ ପ୍ରଶ୍ନକରିଛନ୍ତି। ସେପଟେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସାରା ଦେଶରେ ଏବେ ଲୋକେ ତ୍ରାହି ତ୍ରାହି ହେଉଛନ୍ତି ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  କିପରି ଗତବର୍ଷ ଅପେକ୍ଷା ଏଥର ପରିସ୍ଥିତି ଓ ପ୍ରସ୍ତୁତିକୁ ଭଲ କହୁଛନ୍ତି ବୋଲି ପ୍ରଶ୍ନକରିଛନ୍ତି।

ଏଥିରୁ ଲାଗୁଛି ସେ ମାନବତାର ମୂଳ ଧର୍ମ ମଧ୍ୟ ଭୁଲିସାରିଛନ୍ତି ବୋଲି ଶ୍ରୀନେତ କହିଛନ୍ତି। ସେ କହିଛନ୍ତି ଯେ ହର୍ଷବର୍ଦ୍ଧନଙ୍କ ମଧ୍ୟରେ ଏତେ ନୈତିକତା ନାହିଁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରିବେ। ଏଣୁ ତାଙ୍କୁ ତୁରନ୍ତ ପଦରୁ ବରଖାସ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ଏକ ୱେବିନାରରେ ଦେଶ ୨୦୨୧ରେ ଗତବର୍ଷ ତୁଳନାରେ ମହାମାରୀକୁ ହରାଇବାକୁ ଅଧିକ ଅଭିଜ୍ଞତା ସାଙ୍ଗକୁ ମାନସିକ ଓ ଭୌତିକ ଭାବେ ଉତ୍ତମ ପ୍ରସ୍ତୁତିରେ ଅଛି ବୋଲି କହିଥିଲେ।

ଉତ୍ତରପ୍ରଦେଶ ପରିସ୍ଥିତିକୁ ନେଇ ମଧ୍ୟ ଶ୍ରୀନେତ ଗଭୀର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ଯୋଗୀ ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଏବେ ସେମାନଙ୍କୁ ଧମକାଉଛନ୍ତି ବୋଲି କହିଛନ୍ତି। ୟୁପିରେ ସରକାର ବାରମ୍ବାର ନୂଆ ନୂଆ ନିର୍ଦ୍ଦେଶନାମା  ଜାରି କରୁଛନ୍ତି। କେତେବେଳେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି ଲାଗି ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁମତି ଦରକାର କହୁଛନ୍ତି ତ କେତେବେଳେ କହୁଛନ୍ତି  ଅକ୍ସିଜେନ ଦେବା ଲାଗି ଡାକ୍ତର ନୁହନ୍ତି ସରକାରୀ କମିଟି ନିଷ୍ପତ୍ତି ନେବ । ଏବେ ଔଷଧ ଓ ଚିକିତ୍ସା ଅବହେଳା ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମରେ ମୋକଦ୍ଦମା କରିବାକୁ ଧମକାଉଥିବା ଶ୍ରୀନେତ କହିଛନ୍ତି । କେବଳ ୟୁପିରେ ଯୋଗୀ  ନୁହନ୍ତି ହରିୟାଣାରେ ମନୋହରଲାଲ ଖଟ୍ଟର ଓ ଉତ୍ତରା ଖଣ୍ଡରେ ତୀରଥ ସିଂହ ରାବତ ମଧ୍ୟ ଗତ କିଛି ଦିନ ହେଲା ଅସମ୍ବେଦନଶୀଳ ବ୍ୟବହାର କରୁଥିବାର ସେ ଅଭିଯୋଗ କରିଛନ୍ତି।   

   Related Posts