୫ ବର୍ଷରେ ୨୨୬୪ ଥର ଅନୁପ୍ରବେଶ କରିଛନ୍ତି ଚୀନ ସୈନିକ: ନଡ୍ଡାଙ୍କୁ ଚିଦାମ୍ଵରମଙ୍କ ଚ୍ୟାଲେଞ୍ଜ, ପ୍ରଧାନମନ୍ତ୍ରୀଙ୍କୁ ଏହା ପଚାରିବାକୁ ସାହାସ ଅଛି କି ?

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ୟୁପିଏ ସରକାର ଅମଳରେ ଭାରତ ସୀମାରେ ଚୀନ ସୈନିକ ୬୦୦ ଥର ଅନୁପ୍ରବେଶ କରିଥିବା ପ୍ରସଙ୍ଗ ଉଠାଇବା ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନାଡ୍ଡାଙ୍କ ଉପରେ ହମଲା କରିଛନ୍ତି। ସେ କହିଛନ୍ତି ଯେ, ୨୦୧୫ରୁ ଏ ପର୍ଯ୍ୟନ୍ତ ଚୀନ ସୈନିକ ଭାରତ ସୀମାରେ ୨୨୬୪ ଥର ଅନୁପ୍ରବେଶ କରି ସାରିଛନ୍ତି। ନଡ୍ଡା କଣ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିବାର ସାହାସ କରିବେ କି ? ସେ ଟ୍ଵିଟ୍ କରିଛନ୍ତି ଯେ, ହଁ ଚୀନ ସୈନିକ ଅନୁପ୍ରବେଶ କରିଥିଲେ, ମାତ୍ର କୌଣସି  ଭାରତୀୟ କ୍ଷେତ୍ର କବ୍‌ଜା କରିନଥିଲେ। ଏପରିକି ହିଂସାତ୍ମକ ସଂଘର୍ଷରେ କୌଣସି ଭାରତୀୟ ସୈନିକଙ୍କ ପ୍ରାଣହାନୀ ଘଟିନଥିଲା।

ପୂର୍ବତନ ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଜେପି ନଡ୍ଡା ୨୦୧୫ରୁ ୨୨୬୪ ଥର ଚୀନ ଅନୁପ୍ରବେଶକାରୀ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିବେ କି ? ମୁଁ ବାଜି ଲଗାଉଛି ଯେ, ଆପଣଙ୍କଠାରେ ପ୍ରଧାନମନ୍ତ୍ରୀଙ୍କୁ ଏହି  ପ୍ରଶ୍ନ କରିବାକୁ ସାହାସ ନାହିଁ। ଉଲ୍ଲେଖନୀୟ ଲଦାଖରେ ଗତିରୋଧ ସଂଦର୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିବା ବେଳ ସଠିକ୍ ଶବ୍ଦ ଚୟନ କରିବାକୁ ଉପଦେଶ ଦେଇଥିଲେ।

ଏହାକୁ ନେଇ ସୋମବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମନମୋହନ ସିଂହଙ୍କୁ ପାଲଟା ହମଲା କରିଥିଲେ। ସେ କହିଥିଲେ ଯେ, ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର ଶତାଧିକ ବର୍ଗ କିଲୋମିଟର ଭୂମି ଚୀନ ହାତକୁ ଟେକି ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ସିଂହଙ୍କ କାର୍ଯ୍ୟକାଳରେ ୨୦୨୦ ରୁ ୨୦୧୩ ମଧ୍ୟରେ ପଡୋଶୀ ଦେଶ ୬୦୦ ଥର ଅନୁପ୍ରବେଶ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.