Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

୩୦୫ କୋଟି ଟଙ୍କାର ଲାଞ୍ଚ ମାମଲା: ହାଇକୋର୍ଟ ଦେଲେନି ଆଗୁଆ ଜାମିନ, ଗିରଫ ହୋଇପାରନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ

20/08/2019 at 5:47 PM

ନୂଆଦିଲ୍ଲୀ୨୦|୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଉପରେ ଗିରଫଦାରୀର ତଲୱାର । ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଲାଗିଛି ଜୋରଦାର ଝଟ୍‌କା । ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପି. ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଏହାପରେ ଚିଦାମ୍ବରମ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ କୋର୍ଟ ଆଜି ଏହାର ଶୁଣାଣି କରିବାକୁ ମନା କରିଦେଇଥିବା ବେଳେ ଆସନ୍ତାକାଲି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି  । …

ଗିରଫ ହେବେ କି  ପି. ଚିଦାମ୍ବରମ୍‌ । ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ  ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏପରିକି ଗିରଫଦାରୀରୁ ୩ ଦିନ ମହଲତ ଦେବାକୁ ମଧ୍ୟ କୋର୍ଟ ମନା କରି ଆସିଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଚିଦାମ୍ବରମ । ତାଙ୍କ ପକ୍ଷରୁ କଂଗ୍ରେସ ସାଥୀ ତଥା ବରିଷ୍ଠ ଆଇନଜୀବୀ କପିଲ ଶିବଲ ଅପରାହ୍ନରେ ସୁପ୍ରିମକୋର୍ଟରେ ପହଞ୍ଚି ଆଜି ଏହି ମାମଲାର ଶୁଣାଣି ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି । ସକାଳ ସାଢ଼େ ଦଶଟା ସୁଦ୍ଧା ନିଜର ମାମଲା ଦାଖଲ ପାଇଁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି।….

ଚିଦାମ୍ବରମଙ୍କ ବିରୋଧରେ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ନେଇ ମାମଲା ଚାଲିଛି । ସେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନ୍‌ଏକ୍ସ ମିଡିଆକୁ ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡରୁ ବେଆଇନ ଭାବେ ସ୍ବୀକୃତି ଦେବାପାଇଁ ଏହି ଅର୍ଥ ଲାଞ୍ଚ ନେଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ପୂର୍ବରୁ ସିବିଆଇ ଓ ଇଡି ଗିରଫ କରିଥିଲେ । କାର୍ତ୍ତି ଏବେ ଜାମିନରେ ଅଛନ୍ତି । ଏହି ମାମଲାରେ ଆଇଏନଏକ୍ସ ମିଡିଆର ମାଲିକାଣୀ ଇନ୍ଦ୍ରାଣୀ ମୁଖାର୍ଜୀ ସରକାରୀ ସାକ୍ଷୀ ହେବାପରେ ମାମଲାରେ ଭିନ୍ନ ମୋଡ଼ ଆସିଥିଲା ।…

ଗୋଟିଏ ପଟେ ଚିଦାମ୍ବରଙ୍କ ବିରୋଧରେ ଆଇଏନଏକ୍ସ ମାମଲା ଘନାଇଛି ସେପଟେ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଗିରଫ କରିଛି ଇଡି। ୩୫୪ କୋଟି ବ୍ୟାଙ୍କ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ କମଲନାଥ କହିଛନ୍ତି ଏସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ …

   Related Posts