ଆଇଏନଏକ୍ସ ମେଡିଆ ମାମଲା ; ଇଡିରେ ହାଜର ହେଲେ ପି. ଚିଦାମ୍ବରମ୍

Published By : Prameya-News7 Bureau | December 19, 2018 IST

ନୂଆଦିଲ୍ଲୀ ୧୯|୧୨: ଆଇଏନଏକ୍ସ ମେଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅର୍ଥ ହେରଫେର ମାମଲାରେ ଇଡିରେ ହାଜର ହୋଇଛନ୍ତି । ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରୁଛି ଇଡି ।ବୁଧବାର ସକାଳ ୧୧ଟା ୧୫ମିନିଟ୍ ରେ ପି. ଚିଦାମ୍ବରମ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତ ମାସରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍ ଙ୍କ ଗିରଫ ଉପରେ ୧୫ଜାନୁଆରୀ ପର୍ଯ୍ୟନ୍ତଅନ୍ତରୀଣ ଜାମିନ୍ ଦେଇଥିଲେ । ସେହିଭଳି ମଙ୍ଗଳବାର ଦିନ ଦିଲ୍ଲୀର ଏକ କୋର୍ଟ ଏୟାରସେଲ ମ୍ୟାକ୍ସିସ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଗିରଫ ଉପରେ ରୋକ୍ ଲଗାଇ ସମୟସୀମା ୧୧ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.