ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟାଷଡଯନ୍ତ୍ରକାରୀ ପି. ବରବରା ରାଓ ଗିରଫ ।
28/08/2018 at 8:08 AM

ଭୁବନେଶ୍ଵର;୨୮/୦୮- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟାଷଡଯନ୍ତ୍ର ମାମଲାରେ ବାମପନ୍ଥୀ ବିଚାରଧାରାର ସମର୍ଥକ ତଥା ଲେଖକ ପି. ବରବରା ରାଓ ଗିରଫ । ପୁନେ ପୋଲିସ ଆଜି ବର ବରା ରାଓଙ୍କୁ ତାଙ୍କ ହାଇଦ୍ରାବାଦ ଘରୁ ଗିରଫ କରିଛି । ୭୮ ବର୍ଷୀୟ ବରବରା ରାଓଙ୍କ ଗିରଫ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ହାଇଦ୍ରାବାଦର ଗାନ୍ଧି ନଗର ଘର ସମେତ ୭ ଜଣଙ୍କ ଘରେ ଆଠ ଘଣ୍ଟାର ଚଢାଉ ପରେ ବରବରା ରାଓଙ୍କୁ ଉଠାଇନେଇଛି ପୋଲିସ ।ବରବରା ରାଓଙ୍କ ଘନିଷ୍ଠ ଦୁଇଜଣ ସାମ୍ବାଦିକ ଓ ଜଣେ ପ୍ରାଧ୍ୟାପକଙ୍କ ଘରେ ବି ଚଢାଉ କରିଥିଲା ପୋଲିସ। ତେବେ ସେମାନଙ୍କ ମଧ୍ୟରୁ ସାମ୍ବାଦିକ ଟେକୁଲୁ କାରାନ୍ଥିଙ୍କୁ ପୋଲିସ ଗିରଫ କରିଛି ।କାରାନ୍ଥିଙ୍କ ଘରୁ ଜବତ ଏକ ଲ୍ୟାପଟପ୍ ଏବଂ କିଛି ଲିଫଲେଟ୍ ରୁ ତାଙ୍କର ନିଷିଧ୍ଧ ଘୋଷିତ ମାଓଇଷ୍ଟି ପାର୍ଟି ସହ ସଂପର୍କ ଥିବା ସନ୍ଦେହ କରି ତାଙ୍କୁ ଧରି ନେଇଛି ପୋଲିସ ।ଆଜି କେବଳ ହାଇଦ୍ରାବାଦ ନୁହେଁ ,ମୋଦି ହତ୍ୟା ଉଦ୍ୟମ ଷଡଯନ୍ତ୍ର ମାମଲାରେ ୫ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା । ଏହି ଘଟଣାରେ ଜୁନ୍ ୬ ତାରିଖରେ ଦିଲ୍ଲୀ, ମୁମ୍ବାଇ ଓ ନାଗପୁରରୁ ୫ ଜଣ ପ୍ରମୂଖ ମାଓବାଦି ସମର୍ଥକଙ୍କୁ ଗିରଫ କରିସାରିଛି ପୋଲିସ। ତେବେ ହାଇଦ୍ରାବାଦରେ ବରବରା ରାଓଙ୍କୁ ଗିରଫ ପରେ ପ୍ରଥମେ ସିକନ୍ଦରାବାଦର ଗାନ୍ଧି ହସପିଟାଲ ନିଆଯାଇଥିଲା । ତାପରେ ତାଙ୍କୁ ପୁନେ ନିଆଯାଇଥିବା ଆଶଙ୍କା କରାଯାଉଛି । ଏପଟେ ବିଭିନ୍ନ ସଂଗଠନ ଓ ହାଇଦ୍ରାବାଦର ବହୁ ବୁଦ୍ଧିଜୀବୀ ବରାବରା ରାଓଙ୍କ ଗିରଫକୁ ନିନ୍ଦା କରିଛନ୍ତି ।