Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଶିଷ୍ଟ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ୪୦ ହଜାର ଗୀତରେ ରହିବେ ଜୀବନ୍ତ

25/09/2020 at 5:44 PM

ମୁମ୍ବାଇ ୨୫/୦୯: ଲୋକପ୍ରିୟ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ଆଜି ୭୪ ବର୍ଷ ବୟସରେ ପରଲୋକ ଘଟିଛି। କରୋନା ଭାଇରସ ସହ ଲଢ଼ିବା ପରେ ଚେନ୍ନାଇର ଏମଜିଏମ ହସପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେପ୍ଟେମ୍ବର ୫ରେ କରୋନା​‌ରେ ସଂକ୍ରମିତ ହେବା ପରେ ତାଙ୍କୁ ଏମଜିଏମ ହସପିଟାଲରେ ଭର୍ତି କରାଯାଇଥିଲା। ଫିଲ୍ମ ଜଗତରେ ‘ବାଲା’ ନାଁରେ ଲୋକପ୍ରିୟ ସୁବ୍ରମଣ୍ୟମଙ୍କ ପରଲୋକରେ ପୂରା ଦେଶରେ ଶୋକର ଲହରୀ ଖେଳି ଯାଇଛି। ପ୍ରଖ୍ୟାତ ଗାୟକଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପିଏମ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ରାଜନେତା ତଥା ଫିଲ୍ମ ସେଲିବ୍ରିଟି ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ତାଙ୍କ ମୃତ୍ୟୁର ଦୁଃଖଦ ଖବର ତାଙ୍କ ପୁଅ ଏସପି ଚରଣ ସମସ୍ତଙ୍କୁ ଜଣାଇ ଥିଲେ। ଆସନ୍ତାକାଲି ଦିନ ୧୧ଟାରେ ତାଙ୍କ ଶେଷକୃତ୍ୟ କରାଯିବ।

ବାଲାସୁବ୍ରମଣ୍ୟମ ତେଲୁଗୁ, ତାମିଲ, କନ୍ନଡ, ହିନ୍ଦୀ ଓ ମାଲୟାଲମ ଫିଲ୍ମରେ କାମ କରିଛନ୍ତି। ଏବେ ସୁଦ୍ଧା ସେ ୪୦ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି। ଯାହାକି ଗିନିଜ ବୁକ୍ ରେକର୍ଡରେ ସାମିଲ ଅଛି। ଏହା ସହ ସେ ଏକାଧିକ ଭାଷାରେ ଗୀତ ଗାଇଛନ୍ତି। ବାଲାଚନ୍ଦ୍ରଙ୍କ ଫିଲ୍ମ ‘ଏକ ଦୁଜେ କେ ଲିଏ’ରୁ ତାଙ୍କୁ ପରିଚୟ ମିଳିଥିଲା।

୧୯୪୬ ଜୁନ୍ ୪ରେ ଆନ୍ଧ୍ରପ୍ରଦେଶର ନିଲ୍ଲୋର ମୁଲପେଟରେ ଜନ୍ମ ଗ୍ରହଣ କରିଥିଲେ ବାଲା। ତାଙ୍କ ବାପା ଏସପି ସମ୍ଭାମୁରଥି ହରିକଥା କଳାକାର ଥିଲେ। ସେ ନାଟକରେ କାମ କରୁଥିଲେ। ସେ ଦୁଇ ଭାଇ ଓ ପାଞ୍ଚ ଭଉଣୀ। ତାଙ୍କର ଜଣେ ଭଉଣୀ ଏସପି ଶୈଳଜା ବି ଗାୟିକା। ବାଲାଙ୍କ ପତ୍ନୀଙ୍କ ନାଁ ସାବିତ୍ରୀ। ତାଙ୍କ ପୁଅ ଏସପି ପିବି ଚରଣ ଓ ଝିଅ ପଲ୍ଲବୀ।

୨୦ ବର୍ଷ ବୟସରୁ ଗାଇଥିଲେ ଗୀତ: ପିଲାଟି ବେଳୁ ଇଞ୍ଜିନିୟରିଂ ହେବାର ଇଚ୍ଛା ଥିଲା। ଏ ପାଇଁ ସେ ଆନ୍ଧ୍ରପ୍ରଦେଶରେ ଜବାହାରଲାଲ ନେହେରୁ ଟେକ୍ନୋଲଜି ୟୁନିଭର୍ସିଟିରେ ନାମ ଲେଖାଇ ଥିଲେ। ତେବେ ଇଞ୍ଜିନିୟର ହେବା ପରିବର୍ତେ ଲୋକପ୍ରିୟ ଗାୟକ ଭାବେ ନାଁ କମାଇଲେ। ୧୯୬୬ରେ ମାତ୍ର ୨୦ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କଲେ।

ବାଲା ଥିଲେ ସଲମାନଙ୍କ ସ୍ବର: ତାଙ୍କୁ ଲୋକେ ସଲାମାନଙ୍କ ସ୍ବର ବୋଲି କହୁଥିଲେ। କାରଣ ସଲମାନଙ୍କ ପ୍ରଥମ ଫିଲ୍ମ ‘ମୈନେ ପ୍ୟାର କିୟା’ରେ ‘ଆଜା ସାମ ହୋନେ ଆଇ’ରୁ ସଲମାନ ସୁପରଷ୍ଟାର ହୋଇଥିଲେ। ଏହା ପରେ ପରେ ସେ ଅଧିକାଂଶ ସଲମାନଙ୍କ ଅଭିନୀତ ଫିଲ୍ମରେ ଗାଇଲେ।

କିଛି ଅଜଣା କଥା:

– ବାଲା ତାଙ୍କ କ୍ୟାରିଅର ମଧ୍ୟରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି।

– ୧୯୮୧ ​‌ଫେବୃଆରୀ ୮ରେ ବାଲା ସକାଳ ୯ଟାରୁ ୧୨ ଘଂଟାରେ ୨୧ଟି କନ୍ନଡ ଗୀତ ରେକର୍ଡ କରିଥିଲେ।

– ଗୋଟିଏ ଦିନରେ ସେ ୧୯ଟି ତାମିଲ ଗୀତ ଓ ୧୬ଟି ହିନ୍ଦୀ ଗାଇ ରେକର୍ଡିଂ କରିଥିଲେ।

– ୧୯୮୯ରେ ମୈନେ ପ୍ୟାର କିୟା ଫିଲ୍ମର ‘ଦିଲ୍ ଦିଓ୍ବାନା ବିନ ସଜନା କେ ମାନେ ନା’ ଗୀତ ଗାଇଥିବାରୁ ତାଙ୍କୁ ବେ​ଷ୍ଟ ପ୍ଲେ-ବ୍ୟାକ ସିଙ୍ଗର ଆଓ୍ବାର୍ଡ ମିଳିଥିଲା।

– ଲତାଙ୍କ ସହ ‘ଦିଦି ତେରା ଦେବର ଦିଓ୍ବାନା’ ଗୀତ ଗାଇ ତାଙ୍କୁ ଫିଲ୍ମ ଫେୟାରରେ ସ୍ପେଶାଲ ଆଓ୍ବାର୍ଡ ସମ୍ମାନ ମିଳିଥିଲା।

– ତାଙ୍କୁ ଗୀତ ସର୍ବଶ୍ରେଷ୍ଠ ପ୍ରଚ୍ଛଦଗାୟକ ଭାବେ ୬ଥର ଜାତୀୟ ପୁରସ୍କାର ମିଳିଛି।

   Related Posts