Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଗ୍ରାମୀଣ କ୍ଷେତ୍ରର ଅଭିବୃଦ୍ଧି ଲାଗି P&G India ଘୋଷଣା କଲେ ୫୦୦ କୋଟିର ପାଣ୍ଠି

19/10/2021 at 4:27 PM

ନୂଆଦିଲ୍ଲୀ ୧୯।୧୦: ଏଫଏମସିଜି କମ୍ପାନୀ ପ୍ରୋକ୍ଟର ଏଣ୍ଟ ଗେମ୍ବଲ (ପିଏଣ୍ଡଜି) ଇଣ୍ଡିଆ ମଙ୍ଗଳବାର ଦେଶର ଗ୍ରାମୀଣ କ୍ଷେତ୍ରରେ ଅଭିବୃଦ୍ଧିକୁ ଗତି ଦେବା ଲାଗି ୫୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏଥିରେ ଏପରି ବଜାରର ପରିକଳ୍ପନା କରାଯାଇଛି ଯେଉଁଥିରେ ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କ ସହ ବାହ୍ୟ ଅଂଶୀଦାରଙ୍କୁ ମଧ୍ୟ ପାର୍ଟନର କରାଯିବ। ଏ ନେଇ କମ୍ପାନୀ ଏକ ବିବୃତ୍ତି ଜାରି କରିଥିବା ବେଳେ ଗ୍ରାମୀଣ ଗ୍ରାହକଙ୍କ ଚାହିଦା ପୂରଣରେ ପିଏଣ୍ଡଜିଙ୍କୁ ସହଯୋଗ ଲାଗି ବାହରର ଅଂଶୀଦାରଙ୍କୁ ସୁଯୋଗ ଦିଆଯିବ।

ଦେଶର ଗ୍ରାମାଞ୍ଚଳ ବିକାଶ ଲାଗି ଘରୋଇ କ୍ଷେତ୍ରର ଏହା ପ୍ରଥମ ପାଣ୍ଠି ଘୋଷଣା। ଏହି ପାଣ୍ଠି ପିଏଣ୍ଡଜି ଇଣ୍ଡିଆଙ୍କ ‘ୱି ଗ୍ରୋ’ର ଏକ ଅଂଶ ବିଶେଷ। ଯାହା ନୂଆ ଷ୍ଟାର୍ଟ-ଅପ୍, କ୍ଷୁଦ୍ର ବ୍ୟବସାୟୀ, ବ୍ୟକ୍ତି ଓ ସଙ୍ଗଠନଙ୍କ ଚିହ୍ନଟ କରି ସେମାନଙ୍କ ସହଯୋଗ କରିବ ବୋଲି ପିଏଣ୍ଡଜି କହିଛନ୍ତି। କୋଭିଡ-୧୯ ମହାମାରୀ ସାରା ଦେଶକୁ ଗୁରୁତର ପ୍ରଭାବିତ କରିଛି। ଛୋଟ, ବଡ଼ ସବୁ ପ୍ରକାର ବ୍ୟବସାୟ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକାକୁ ଗୁରୁତର ପ୍ରଭାବିତ କରିଛି।

ଦେଶକୁ ମହାମାରୀ ଯୋଗୁ ଉପୁଜିଥିବା ପରିସ୍ଥିତିରୁ ବାହରକୁ ଆଣିବାରେ ଗ୍ରାମୀଣ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପିଏଣ୍ଡଜି ଭାରତୀୟ ଉପମହାଦ୍ୱୀପର ସିଇଓ ମଧୁସୂଦନ ଗୋପାଲନ କହିଛନ୍ତି। ଗତ କିଛିମାସର ଅନୁଧ୍ୟାନରୁ ଗ୍ରାମାଞ୍ଚଳ ଏ ବାବଦେ ବେଶ ନମନୀୟ ଥିବା ଜଣାପଡିଛି। ଯାହା ଏଫଏମସିଜି ଉଦ୍ୟୋଗର ଅଭିବୃଦ୍ଧି ଲାଗି ପ୍ରମୁଖ ଚାଳକ ହୋଇପାରେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

   Related Posts