Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାଜଧାନୀରେ ‘ଓୟୋ’ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ଜଣେ ଯୁବତୀଙ୍କ ସହ ୩ ଗିରଫ

11/07/2021 at 1:05 PM

ନୂଆଦିଲ୍ଲୀ,୧୧/୦୭:  ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ଚଢଉ କଲା ପୋଲିସ । ଏହାସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । କରୋନା ମହାମାରୀ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ଗ୍ରେଟର୍ ନୋଏଡାର ସେକ୍ଟର-୩୬ରେ ଏକ ଓୟୋ ହୋଟେଲରେ ଦେହବ୍ୟବସାୟ ଚାଲିଥିବା ସୂଚନା ମିଳିଥିଲା । ଏହାପରେ ପୋଲିସ ହୋଟେଲର ତୃତୀୟ ମହଲାରେ ଚଢଉ କରିଥିଲା । ଏହି ସମୟରେ ୨ ଯୁବକ ଓ ଜଣେ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ପୋଲିସ ଗିରଫ କରିଥିଲା । ଏହାସହ ହୋଟେଲ ମାଲିକଙ୍କ ଋଷି ଗୋଏଲଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଗିରଫ ଯୁବକଦ୍ୱୟ ଗ୍ରେଟର ନୋଏଡା ଓ ବୁଲନ୍ଦସହରର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ୍ ଓ ୬୯୦୦ ଟଙ୍କା ଜବତ କରାଯାଇଛି । ଏହାସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ହୋଟେଲ ମାଲିକ ଋଷିଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟ କିଛି ଯୁବକଯୁବତୀ ମଧ୍ୟ ସନ୍ଦିଗ୍ଧ ଅବସ୍ଥାରେ ମିଳିଛନ୍ତି । ସେମାନଙ୍କୁ ପଚରାଉଚୁରା ଜାରି ରହିଛି ।

ସୂଚନାଯୋଗ୍ୟ, ନୋଏଡାରେ ଗତ କିଛିଦିନ ହେବ ବେଆଇନ ଭାବେ ଅନେକ ଗେଷ୍ଟ୍ ହାଉସରେ ଦେହବ୍ୟବସାୟ ଚାଲୁଛି । ନୋଏଡା ପୋଲିସ ମଧ୍ୟ ଲଗାତର ଭାବେ ଅନେକ ସ୍ଥାନରେ ଚଢଉ କରୁଛି ।

   Related Posts