ଓୟୋ କୌଣସି ବଜାରରୁ ହଟିବନି: ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ୱାଲ କହିଲେ କମ୍ପାନୀ ପାଖରେ ଅଛି ୧୦୦ କୋଟି ଡଲାରରୁ ଅଧିକ ନଗଦ ଅର୍ଥ

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ, ୨୮|୦୫:   ଅଗ୍ରଣୀ ହୋଟେଲ୍ ନେଟଓ୍ୱର୍କିଂ କମ୍ପାନୀ ଓୟୋ ପାଖରେ ଅର୍ଥର ଅଭାବ ନାହିଁ । କମ୍ପାନୀ ପାଖରେ ଯେତେ ପରିମାଣରେ ଅର୍ଥ ରହିଛି ସେଥିରେ ୩ରୁ ୪ ବର୍ଷ ଯାଏଁ ବ୍ୟବସାୟ ଜାରି ରଖାଯାଇ ପାରିବ ବୋଲି ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ୱାଲ କହିଛନ୍ତି ।

{"id":277596,"sizeSlug":"large"}

ରିତେଶ କହିଛନ୍ତି ଯେ, କମ୍ପାନୀ ପାଖରେ ଏବେ ୧ ବିଲିୟନ ନଗଗ ଅର୍ଥ ରହିଛି । କମ୍ ରୋଜଗାର ହେଲେ ମଧ୍ୟ ଏହି ଅର୍ଥରେ ୪ ବର୍ଷ ଯାଏଁ କାରବାର ସମ୍ଭବ । କମ୍ପାନୀ କୌଣସି ବଜାରରୁ ପଛଘୁଞ୍ଚା ଦେବ ନାହିଁ । ଦକ୍ଷିଣ ପୂର୍ବ ଏସିଆ ମାର୍କେଟରେ କାରବାର ଭଲ ରହିଛି । ଏବେ ଚାଇନା ଓ ଯୁଏସରେ ଅଧିକ ନିବେଶ କରିବା ନେଇ ଲକ୍ଷ୍ୟ ରହିଛି । ଛୁଟି ସମୟରେ ହୋଟେଲ ଅଧିକ ଆୟ କରେ । କିନ୍ତୁ ବିଭିନ୍ନ ଦେଶରେ କରୋନା ଭାଇରସ ପାଇଁ ଲକଡାଉନ୍ ହେତୁ ସବୁ ବନ୍ଦ ରହିଛି । ତେବେ ଲକଡାଉନ୍ ପରେ ସ୍ଥିତି ସୁଧୁରିବା ନେଇ ଆଶା ରହିଛି । ଅତିଶୀଘ୍ର କର୍ମଚାରୀଙ୍କୁ ପୁନଃନିଯୁକ୍ତ କରାଯିବ  ବୋଲି ସେ କହିଛନ୍ତି ।

ନିକଟରେ ଓୟୋ ୮୦ଟି ଦେଶରେ ନିଜର ନେଟଓ୍ୱର୍କ ବିସ୍ତାର କରିଥିବା ବେଳେ କରୋନା ଭାଇରସ ପାଇଁ ଅନେକ କର୍ମଚାରୀଙ୍କ ଦରମା କାଟିଛି । ଏପରିକି କିଛି କର୍ମଚାରୀଙ୍କୁ ଛଟେଇ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.