ଓୟୋ କର୍ମଚାରୀଙ୍କୁ ବଡ଼ ଝଟକା : ୨୫ପ୍ରତିଶତ ଦରମା କଟିବା ସହ କେତେକ କର୍ମଚାରୀଙ୍କୁ ପଠାଯିବ ଛୁଟିରେ
23/04/2020 at 6:04 PM

ନୂଆଦିଲ୍ଲୀ ୨୩/୪: କରୋନା ସଙ୍କଟ ମଧ୍ୟରେ ହୋଟେଲ୍ ଚେନ୍ କମ୍ପାନୀ ଓୟୋ ରୁମର କର୍ମଚାରୀଙ୍କୁ ବଡ଼ ଝଟକା ଲାଗିଛି। କମ୍ପାନୀ ୪ମାସ ପାଇଁ ସମସ୍ତ କର୍ମଚାରୀଙ୍କ ବେତନରେ ୨୫ପ୍ରତିଶତ କାଟ କରିଛି ଏବଂ ନିଜର କିଛି କର୍ମଚାରୀଙ୍କୁ ସୀମିତ ଲାଭ ସହ ଛୁଟିରେ ପଠାଇ ଦେଇଛି।
ଓୟୋର ସିଇଓ ରୋହିତ କପୁରଙ୍କ ଦ୍ବାରା ପଠାଯାଇଥିବା ଇମେଲରେ କୁହାଯାଇଛି ଯେ କମ୍ପାନୀ ଭାରତର କର୍ମଚାରୀଙ୍କ ଦରମାରେ ୨୫ ପ୍ରତିଶତ କାଟ କରିବ। କିନ୍ତୁ ବାର୍ଷିକ ୫ଲକ୍ଷ ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଦରମା କଟାଯିବ ନାହିଁ। ମେଲରେ କୁହାଯାଇଛି ଯେ କେତେକ କର୍ମଚାରୀଙ୍କୁ ମେ ୪ତାରିଖରୁ ୪ମାସ ପାଇଁ ଛୁଟିରେ ପଠାଯିବ। ଏହି କର୍ମଚାରୀଙ୍କୁ ମେଡିକାଲ୍ ଇନସ୍ୟୁରାନ୍ସ ଏବଂ ପ୍ୟାଟରନାଲ୍ ଇନସ୍ୟୁରାନ୍ସ,ସ୍କୁଲ୍ ଫିସ୍ ରିମ୍ବର୍ସମେଣ୍ଟର ସୁବିଧା ଜାରି ରହିବ।
କମ୍ପାନୀ କର୍ମଚାରୀଙ୍କୁ ଆଶ୍ବାସନା ଦେଇଛି ଯେ ଯଦି କୌଣସି ଅପ୍ରତ୍ୟାଶିତ ମେଡିକାଲ୍ ଏମରଜେନ୍ସିର ସ୍ଥିତି କୌଣସି କର୍ମଚାରୀଙ୍କ ସହ ହୋଇଥାଏ ତେବେ ମେଡିକାଲ୍ ଇନସ୍ୟୁରାନ୍ସ ବ୍ୟତୀତ ସାହାଯ୍ୟ କରାଯିବ।