କର୍ଣ୍ଣାଟକରେ OYC ଧୂମଧାମରେ ପାଳନ କରିବେ ଗଣେଶ ଉତ୍ସବ, facebook ଲାଇଭରେ ପ୍ରାସାରଣ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

Published By : Prameya-News7 Bureau | September 08, 2021 IST

ବେଙ୍ଗାଲୁରୁ ୮।୯: ମହାରାଷ୍ଟ୍ର ଭଳି କର୍ଣ୍ଣାଟକରେ ମଧ୍ୟ ଧୂମ ଧାମରେ ପାଳିତ ହୁଏ ଗଣେଶ ଉତ୍ସବ। ତେବେ ଚଳିତବର୍ଷ କଥା ଭିନ୍ନ। କରୋନା ଦ୍ୱିତୀୟ ଲହରର ପ୍ରକୋପ ଏବେବି ଦୁଇ ରାଜ୍ୟରେ ଜାରି ରହିଛି। ତେବେ ମଙ୍ଗଳବାର ମହାରାଷ୍ଟ୍ର ସରକାର ଗଣେଶ ଉତ୍ସବ ପାଳନ ଲାଗି ଗାଇଡଲାଇନ ଜାରି କରିଥିବା ବେଳେ ବୁଧବାର ଏଥିଲାଗି କର୍ଣ୍ଣାଟକ ସରକାର ମଧ୍ୟ ସବୁଜ ସଂକେତ ଦେଇଛନ୍ତି। ଏ ନେଇ ଗାଇଡଲାଇନ ଜାରି ହେବା ପରେ ଓଡ଼ିଆ ୟୁଥ କମିଟି (ଓୱାଇସି) ବେଙ୍ଗାଲୁରୁ ‘ବପ୍ପା’ଙ୍କ ଆରାଧନା ଲାଗି ଅଣ୍ଟା ଭିଡିଛି।

{"id":508399,"width":841,"height":457,"sizeSlug":"full","linkDestination":"none"}

ଓୱାଇସିଙ୍କ ପକ୍ଷରୁ ଚିରଞ୍ଜିବ ସ୍ୱାଇଁ ଏ ନେଇ ଏକ ବାର୍ତ୍ତା ଦେଇଥିବା ବେଳେ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବେଙ୍ଗାଲୁରୁ ଓଡ଼ିଆ ୟୁଥ କମିଟି ଧୁମଧାମରେ ପୂଜା ଆୟୋଜନ କରିବେ ବୋଲି କହିଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁସାରେ ପୂଜା ଆୟୋଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ସ୍ୱାଇଁ କହିଛନ୍ତି। ତେବେ କୋଭିଡ ଯୋଗୁ ଚଳିତବର୍ଷ ଶ୍ରଦ୍ଧାଳୁଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜାର୍ଚ୍ଚନା ଲାଗି ପେଣ୍ଡାଲକୁ ଆସିବାକୁ ପଡିବ ନାହିଁ। ଏଥିଲାଗି ଫେସବୁକ୍ ଲାଇଭ ମାଧ୍ୟମରେ ଓୱାଇସି ବେଙ୍ଗାଲୁରରେ ଅବସ୍ଥାନ କରୁଥିବା ପ୍ରତ୍ୟେକ ଓଡିଆଙ୍କ ଘରେ ପହଞ୍ଚିବେ ବୋଲି ସ୍ୱାଇଁ କହିଛନ୍ତି।

{"id":508400,"sizeSlug":"full","linkDestination":"none"}

ଏଥିପାଇଁ ଓୱାଇସିଙ୍କ ଏକ କାର୍ଯ୍ୟସୂଚୀ ମଧ୍ୟ ଜାରି  କରିଛି। ଯେଉଁଥିରେ ୧୦ ସେପ୍ଟେମ୍ବର ଅପରାହ୍ନ ୫ଟା ପରଠାରୁ ଫେସବୁକ୍ ଲାଇଭରେ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ସୂଚିତ କରିଛନ୍ତି। ଏଥିରେ ବଲିଉଡ ସଙ୍ଗିତ କଳାକାର ଅବିନାଶ ଦାସ,ବଲିଉଡ ଏବଂ ଓଲିଉଡ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ କାର୍ଯ୍ୟକ୍ରମ ସହ ଭୀମସେନ ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ସୂଚିତ କରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.