କଣ୍ଟେନରରୁ ଅକ୍ସିଜେନ୍ ଲିକ୍, ରେଳ ଯୋଗେ ଝାରସୁଗୁଡାରୁ ଯାଉଥିଲା ରାୟଗଡା

Published By : Prameya-News7 Bureau | June 09, 2021 IST

କଳାହାଣ୍ଡି ୯।୬: ରେଳ ଯୋଗେ ଅକ୍ସିଜେନ୍ ପରିବହନ ବେଳେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ । କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି ।

{"id":463474,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଅକ୍ସିଜେନ୍ ଝାରସୁଗୁଡ଼ାଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ନେଇ ଜଣାପଡିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲିକ୍ ବନ୍ଦ ପାଇଁ ପ୍ରୟାସ କରୁଛନ୍ତି । ଝାରସୁଗୁଡ଼ାଠାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.