ରୋଗୀଙ୍କୁ ଅଭାବ ପଡ଼ୁଛି ଅକ୍ସିଜେନ୍‌, ଅଧା ରାତିରେ ହସ୍ପିଟାଲ୍‌ରୁ ଲୁଟିନେଲେ ସିଲିଣ୍ଡର୍‌

Published By : Prameya-News7 Bureau | April 21, 2021 IST

ମଧ୍ୟପ୍ରଦେଶ, ୨୧/୦୪: ଶିବରାଜ ସିଂହ ଚୌହାନ ସରକାର ଯେଉଁଦିନ ଦାବି କରିଥିଲେ ଯେ ତାଙ୍କ ପାଖରେ ଅକ୍ସିଜେନ୍‌ ସିଲିଣ୍ଡର୍‌ ବଳକା ରହିଛି ସେହି ଦିନ ମଧ୍ୟପ୍ରଦେଶର ଏକ ଜିଲ୍ଲାରେ ଥିବା ହସ୍ପିଟାଲ୍‌ର ଅକ୍ସିଜେନ୍‌ ସେଣ୍ଟର୍‌ରୁ ଲୋକେ ସିଲିଣ୍ଡର୍‌ ଲୁଟି ନେଇଥିବା ଫଟୋ ଏବେ ଭାଇରାଲ୍‌ ହୋଇଛି । ଏହି ଫଟୋ ଦମୋହ ଜିଲ୍ଲା ହସ୍ପିଟାଲ୍‌ରୁ ଆସିଥିବା ଜଣାପଡ଼ିଛି । ଏହି ଘଟଣା ସୋମବାର ଘଟିଥିବା ବେଳେ ମଙ୍ଗଳବାର ସାମ୍ନାକୁ ଆସିଥିଲା ।

ଏହି ଘଟଣା ପରେ ଡାକ୍ତର ଏବଂ ପାରା ମେଡିକାଲ୍‌ ଷ୍ଟାଫ୍‌ମାନେ କିଛି ସମୟ ପର୍ଯ୍ୟନ୍ତ କାମ କରିବା ବନ୍ଦ କରିଦେଇଥିଲେ । ହସ୍ପିଟାଲ୍‌ ପରିସରରେ ପୋଲିସ୍‌ ନିୟୋଜନକୁ ବଢ଼ାଇ ଦିଆଯାଇଛି । ଏନେଇ ଅକ୍ସିଜେନ୍‌ ଷ୍ଟୋର୍‌ ବାହାରେ ପୋଲିସ୍‌ ମୁତୟନ କରାଯାଇଛି ।

ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଦମୋହ ଜିଲ୍ଲାପାଳ ତରୁଣ ରାଠି କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ କେସ୍‌ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ହେଲେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.