Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଅକ୍ସିଜେନ୍ ସଙ୍କଟ : ‘ମ୍ୟାକ୍ସ ହସ୍ପିଟାଲରେ ଥିବା ଅମ୍ଳଜାନ ମାତ୍ର ୮ ଘଣ୍ଟା ଯିବ’, କୋର୍ଟରେ ଯୁକ୍ତି ବାଢିଲେ ଆଇନଜୀବୀ ସନ୍ଦୀପ ସେଠୀ

22/04/2021 at 8:48 AM

ନୂଆଦିଲ୍ଲୀ,୨୨/୦୪:  ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦୈନିକ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦୈନିକି ମୃତ୍ୟୁସଂଖ୍ୟ ମଧ୍ୟ ୨୦୦୦ ଟପିଛି ।ଏହାମଧ୍ୟରେ ସବୁଠାରୁ ବଡ ସମସ୍ୟା ଦେଖିବାକୁ ମିଳିଛି ଦେଶର ଅନେକ ହସ୍ପିଟାଲରେ । କେତେକ ହସ୍ପିଟାଲରେ ଶଯ୍ୟାର ଅଭାବ ଥିବା ବେଳେ ଆଉ କିଛିରେ ଅକ୍ସିଜନର ଅଭାବ ଦେଖିବାକୁ ମିଳିଛି । ଏପରିକି ଅକ୍ସିଜେନ୍ ଅଭାବରୁ କୋଭିଡ୍ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଉଛନ୍ତି । ଏହାମଧ୍ୟରେ ଅକ୍ସିଜେନର ଅଭାବକୁ ନେଇ ମାମଲା ଏବେ ହାଇକୋର୍ଟରେ ପହଁଚିଛି ।

ବୁଧବାର ଦିଲ୍ଲୀ ହାଇକୋର୍ଟରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ନେଇ ମାମଲାର ଶୁଣାଣି ହୋଇଥିଲା । ଗୁରଗାଓଁ ମ୍ୟାକ୍ସ ହସ୍ପିଟାଲ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ଏହି ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ସନ୍ଦିପ ସେଠୀ କହିଥିଲେ ଯେ, ମ୍ୟାକ୍ସ ହସ୍ପିଟାଲରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଯେତିକି ପରିମାଣରେ ଅମ୍ଳଜାନ ରହିଛି ତାହା ଗୁରୁବାର ସକାଳ ଯାଏଁ ହିଁ ଯିବ । ଏହାପରେ ଘୋର୍ ସଙ୍କଟର ସାମ୍ନା କରିବାକୁ ପଡିବ ।

ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଏସଜି ତୁଷାର ମେହେଟା କହିଥିଲେ ଯେ, ଅତିଶୀଘ୍ର ହସ୍ପିଟାଲରୁ ଅକ୍ସିଜେନ ପଠାଯିବ । କମ୍ ସମୟ ମଧ୍ୟରେ ହସ୍ପିଟାଲରେ ଅକ୍ସିଜେନ୍ ପହଁଚିଯିବ । ମାମଲାର ଶୁଣାଣି ପରେ କୋର୍ଟ କହିଥିଲେ ଯେ, କେନ୍ଦ୍ର ସରକାର ଅକ୍ସିଜେନ୍ ପହଁଚାଇବେ ବୋଲି ବିଶ୍ୱାସ ରହିଛି । ସରକାର ପତପରଗଞ୍ଜ ହସ୍ପିଟାଲରେ ଅକ୍ସିଜେନ୍ ପହଁଚାଇଛନ୍ତି । ଅନ୍ୟ ହସ୍ପିଟାଲମାନେ ମଧ୍ୟ ଏହାର ଅଭାବର ସାମ୍ନା କରୁଛନ୍ତି । ସରକାର କୌଣସି ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ୍ ପ୍ରଦାନ ବନ୍ଦ କରି କେବଳ ହସ୍ପିଟାଲରୁ ପ୍ରଦାନ କରିବା ନିମନ୍ତେ ଏକ ନିର୍ଦ୍ଦେଶନାମା ଜାରି କରନ୍ତୁ । ଏହାସହ ଅକ୍ସିନଜେନ ଅଭାବକୁ ରୋଗୀଙ୍କୁ ମରୁଥିବା ଦେଖାଯାଇ ପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି ।

   Related Posts