Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କଟିଗଲା ଲାଇନ, ବନ୍ଦ ହୋଇଗଲା ଅକ୍ସିଜେନ୍ ପ୍ଲାଣ୍ଟ: ଜୀବନ ହାରିଲେ ୮ ରୋଗୀ

30/04/2021 at 8:22 AM

ରାଜସ୍ଥାନ ୩୦/୪ : ଦେଶର ସଂକମଣରେ ଲାଗୁନି ବ୍ରେକ୍ । ତାସହ ସବୁଠି ଅକ୍ସିଜେନ ସଂକଟ ବି ସମସ୍ୟାକୁ ବଢାଇବାରେ ଲାଗିଛି । ରାଜସ୍ଥାନ ବାଡମେରରେ ଏକ ଘଟଣା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ରକୁ ପଦାରେ ପକାଇଦେଇଛି । ଏଠାରେ କିଛି ସମୟ ପାଇଁ ଲାଇନ କଟିଯିବାରୁ ବନ୍ଦ ହୋଇଯାଇଥିଲା ଅକ୍ସିଜେନ୍ ପ୍ଲାଣ୍ଟ । ଫଳରେ ୮ ରୋଗୀଙ୍କ ପ୍ରାଣବାୟୁ ଉଡିଯାଇଛି ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ସଂପର୍କୀୟ ମାନେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ ତରଫରୁ କୁହାଯାଇଛି କିଛି ସମୟ ପାଇଁ ଲାଇନ କଟିଥିଲା । କିନ୍ତୁ ପ୍ଲାଣ୍ଟ ବନ୍ଦ ହୋଇନଥିଲା । ତେବେ ପରୋକ୍ଷରେ ସେମାନେ ୮ ରୋଗୀଙ୍କ ମୃତ୍ୟୁ କଥା ବି ସ୍ୱୀକାର କରିଛନ୍ତି । ଘଟଣା ପରେ ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

   Related Posts