Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରେଳ ଷ୍ଟେସନ୍

24/05/2021 at 10:34 AM

ରାୟଗଡା୨୪।୫: ରାୟଗଡା ରେଳ ଷ୍ଟେସନରେ ଏକ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଲିକ୍ ହୋଇଛି । ରାଉରକେଲାରୁ ବୋଙ୍ଗାଲୁରୁକୁ ଯାଉଥିବା ୬ଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ମଧ୍ୟରୁ ଗୋଟିଏ ଲିକ୍ ହୋଇଥିବା ଜଣାପଡିଛି । ଗ୍ୟାସ୍ ଲିକ୍ ହେବାର କାରଣ ଜଣାପଡିନାହିଁ । ତେବେ ଏକ ବଡ ଦୁର୍ଘଟଣାରୁ ରେଳ ଷ୍ଟେସନ ବର୍ତ୍ତି ଯାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ୬ଟି ଟ୍ୟାଙ୍କର ବୋଝେଇ ଏକ ମାଲବାହୀ ଟ୍ରେନ ରାଉରକେଲାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । ସିଗନାଲ ନିମନ୍ତେ ରାୟଗଡା ଷ୍ଟେସନଠାରେ ଟ୍ରେନଟି ଅଟକି ରହିଥିଲା । ସେହି ସମୟରେ ଟ୍ରେନରେ ଥିବା ଗୋଟିଏ ଟ୍ୟାଙ୍କରରୁ ଅକ୍ସିଜେନ୍ ଲିକ୍ ହୋଇଥିଲା । ଏହା ଜଣାପଡିବା ପରେ ରେଳବାଇ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଅକ୍ସିଜେନ୍ ଲିକକୁ ଆୟତ୍ତ କରିଥିଲେ । ଦୀର୍ଘ ସମୟ ଚେଷ୍ଟା ପରେ ଗ୍ୟାସ୍ ଲିକ୍ ବନ୍ଦ ହୋଇଥିଲା । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । କିନ୍ତୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ରେଳ ଷ୍ଟେସନ ।

   Related Posts