କରୋନା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ, ଗଞ୍ଜାମ ଜିଲ୍ଲାରେ ୮ ରୁ ୧୪ ତାରିଖ ଯାଏଁ ଅକ୍ସିଜେନ୍ ଲେବଲ୍ ଯାଞ୍ଚ୍

Published By : Prameya-News7 Bureau | September 06, 2020 IST

ଗଞ୍ଜାମ, ୦୬।୦୯:   ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏଥିପାଇଁ ଆସନ୍ତା ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅକ୍ସିଜେନ ଲେବଲ୍ ଯାଞ୍ଚ୍ କ୍ୟାମ୍ପେନ ଚାଲିବ। ଏନେଇ  ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଜିଲ୍ଲାର ସମସ୍ତ ଘରକୁ ଟିମ୍ ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଅକ୍ସିଜେନ ସ୍ତର କଣ ଅଛି ଯାଞ୍ଚ କରିବ । ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ ସମୟରେ ଚିକିତ୍ସା କରାଯାଇପାରିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି । ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ  ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ ଏବଂ ତାଙ୍କର ଚିକିତ୍ସା କରାଯିବ । ବିଶେଷକରି ଏହି ଯାଞ୍ଚ ଦ୍ଵାରା ଗର୍ଭବତୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ପୀଡିତଙ୍କ ସୁବିଧା ହୋଇପାରିବ ବୋଲି କୁହାଯାଇଛି ।

ଜ଼ିଲ୍ଲାପାଳ ଆହୁରି ସୂଚନା ଦେଇଛନ୍ତି  ଯେ, ଗଞ୍ଜାମ ରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨ହଜାର ୪୩୪ ଜଣଙ୍କ କରୋନା ଟେଷ୍ଟ କରା ଯାଇଥିବା ବେଳେ ୧୮ ହଜାର ୬୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୯୩.୯ ପ୍ରତିଶତ ହାରରେ ୧୭ ହଜାର ୫୨୨ ଜଣ ସୁସ୍ଥ ହୋଇଛନ୍ତି । ୨୦୪ ଜଣଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.