Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କରୋନା କାଳରେ ପଡ଼ୋଶୀଙ୍କୁ ଭାରତର ସହାୟତା, ପ୍ରଥମ ଥର ଦେଶ ବାହାରକୁ ପଠାଇଲା ୨୦୦ ଟନ୍‌ ଅକ୍ସିଜେନ୍‌

24/07/2021 at 4:22 PM

ନୂଆଦିଲ୍ଲୀ ୨୪/୭: କରୋନା କାଳରେ ପଡ଼ୋଶୀ ଦେଶଙ୍କ ସହାୟତା କରୁଛି ଭାରତ। ପଡ଼ୋଶୀ ବାଂଲାଦେଶକୁ ଭାରତ ୨୦୦ ଟନ୍‌ ମେଡିକାଲ୍‌ ଅକ୍ସିଜେନ୍‌ ପଠାଇଛି। ଏହି ଅକ୍ସିଜେନ୍‌ ଏକ୍ସେପ୍ରେସ ରବିବାର ସେଠାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଏମିତି ପ୍ରଥମ ଥର ହେଉଛି ଯେ, ଜୀବନ ରକ୍ଷକ ଗ୍ୟାସ୍‌ ଦେଶର ବାହାରକୁ ପଠାଯାଉଛି। ଝାଡ଼ଖଣ୍ଡର ଟାଟା ନଗରରୁ ୧୦ କଣ୍ଟେନର ବିଶିଷ୍ଟ ଏହି ଟ୍ରେନ୍‌ ଶନିବାର ଯାତ୍ରା ଆରମ୍ଭ କରିଥିବା ବେଳେ ରବିବାର ବାଂଲାଦେଶର ବେନାପୋଲ୍‌ ପହଞ୍ଚିବାର ସମ୍ଭାବନା ଅଛି।

ଟାଟା ନଗରରୁ ୨୦୦ ମେଟ୍ରିକ୍‌ ଟନ୍‌ ତରଳ ଅକ୍ସିଜେନ୍‌ ନେଇ ଅକ୍ସିଜେନ୍ ଏକ୍ସେପ୍ରେସ୍‌ ପ୍ରଥମ ଥର ବାଂଲାଦେଶ ଯାଇଛି। ଏହା କାଲି ସକାଳେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ଦ୍ବିତୀୟ ଲହର ବେଳେ ଭାରତରେ  ଅକ୍ସିଜେନ୍‌ ପାଇଁ ହାହା କାର ପଡ଼ିଥିଲା।

ଭାରତରେ ମହାମାରୀର ଦ୍ବିତୀୟ ଲହର ସମୟରେ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଥିଲା। ଭାରତୀୟ ରେଳ ୨୪ ଏପ୍ରିଲ୍‌ ୨୦୨୧ରେ ଏହାକୁ ଆରମ୍ଭ କରିବା ପରେ ଏବେ ସୁଦ୍ଧା ୪୫୦ ଏମିତି ଟ୍ରେନ୍‌ ଗତି କରିଛି। ଏହା ସହ ଦେଶର ବିଭିନ୍ନ ଅଂଶରେ ୩୮ ହଜାର ୮୪୧ ଟନ୍‌ ଅକ୍ସିଜେନ୍‌ ପହଞ୍ଚିଛି ।

   Related Posts