Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଙ୍କଟ ମଧ୍ୟରେ ଅକ୍ସିଜେନ୍ କଳାବଜାରୀ : ଲକ୍ଷେ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ସିଲିଣ୍ଡର୍

13/07/2020 at 12:45 PM

ହାଇଦ୍ରାବାଦ ୧୩/୦୭ : କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି | ବୃଦ୍ଧି ପାଉଥିବା ମାମଲା ଭିତରେ ଅକ୍ସିଜେନ ସିଲିଣ୍ଡର କଳାବଜାରୀ ଆରମ୍ଭ ହୋଇଯାଇଛି | ହାଇଦ୍ରାବାଦରେ କରୋନା ରୋଗୀ ଅକ୍ସିଜେନ୍ ସିଲିଣ୍ଡର୍ ୧ ଲକ୍ଷ ଟଙ୍କାରେ କିଣୁଛନ୍ତି | ଯେଉଁମାନେ କ୍ଵାରେଣ୍ଟାଇନ୍ ଯୋଗୁଁ ଘରେ ରହୁଛନ୍ତି ସେମାନେ ଲକ୍ଷେ ଟଙ୍କାରେ ଅକ୍ସିଜେନ୍ ସିଲିଣ୍ଡର୍ କିଣୁଛନ୍ତି | ହାଇଦ୍ରାବାଦ ପୋଲିସ ଗତ ଦୁଇ ଦିନରେ ଅନେକ ଲୋକଙ୍କୁ ଗିରଫ କରିଛି ଯେଉଁମାନେ ଲାଇସେନ୍ସ ବିନା ଅକ୍ସିଜେନ୍ ସିଲିଣ୍ଡର୍ ବିକ୍ରି କରୁଛନ୍ତି |

ଅକ୍ସିଜେନ୍ କଳାବଜାରୀ ମାମଲାରେ ରବିବାର ଦିନ ହାଇଦ୍ରାବାଦ ପୋଲିସ ସାଇକ୍ ଆକବର ନାମକ ଜଣକୁ ଗିରଫ କରିଛି | ସେ କୌଣସି ଲାଇସେନ୍ସ ବିନା ଅକ୍ସିଜେନ୍ ଓ ଗ୍ୟାସ ସିଲିଣ୍ଡର୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି | ପୋଲିସ ତା ପାଖରୁ ୧୯ଟି ସିଲିଣ୍ଡର ଜବତ କରିଛି | ପୂର୍ବରୁ ମଧ୍ୟ ବିନା ଲାଇସେନ୍ସରେ ସିଲିଣ୍ଡର୍ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଅନେକ ମାମଲା ରହିଛି | ଶନିବାର ଦିନ, ସହରର ସେବନ ଟମ୍ବସ ଅଞ୍ଚଳରୁ ପାଖାପାଖି ୨୯ଟି ସିଲିଣ୍ଡର୍ ଜବତ କରାଯାଇଥିଲା |

ତେଲେଙ୍ଗାନାରେ ୬୦ ପ୍ରତିଶତରୁ ଅଧିକ କରୋନା ମାମଲା କେବଳ ହାଇଦ୍ରାବାଦରୁ ରହିଛି | ପୋଲିସ ଅନୁଯାୟୀ, ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ପରେ ଘରେ କ୍ଵାରେଣ୍ଟାଇନରେ ଅଛନ୍ତି ସେମାନେ ଅକ୍ସିଜେନ୍ ସିଲିଣ୍ଡର୍ ଦାବି କରୁଛନ୍ତି | ସରକାରୀ ଡାକ୍ତର ମଧ୍ୟ କହିଛନ୍ତି ଯେ ସହରରେ ଅକ୍ସିଜେନ୍ ସିଲିଣ୍ଡର୍ ମିଳୁନାହିଁ | କିନ୍ତୁ ସରକାରଙ୍କ ଅନୁସାରେ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ୩ ହଜାର ୫୩୭ ଅକ୍ସିଜେନ ବେଡ଼ ରହିଛି ଯେଉଁଥିରେ ୨ ହଜାର ୯୧୬ ବେଡ଼ ଖାଲି ରହିଛି |

ଦେଶରେ ଅକ୍ସିଜେନ ସପୋର୍ଟ ବେଡ଼୍ ସଂଖ୍ୟା ମଧ୍ୟ ଲଗାତାର ବଢାଯାଉଛି | ଜୁନ ୨୭ ତାରିଖ ସୁଦ୍ଧା ଦେଶରେ ୫୧ ହଜାର ୩୨୧ ଅକ୍ସିଜେନ୍ ସପୋର୍ଟ ବେଡ଼୍ ପ୍ରସ୍ତୁତ ଥିଲା | ମନ୍ତ୍ରୀଙ୍କ ବୈଠକରେ କୁହାଯାଇଥିଲା ଯେ ଜୁଲାଇ ୯ ତାରିଖ ସୁଦ୍ଧା ୧ ଲକ୍ଷ ୪୨ ହଜାର ବେଡ଼୍ ପ୍ରସ୍ତୁତ କରାଯାଇଛି | ରକ୍ତରେ ୯୨ ରୁ ୯୬ ପ୍ରତିଶତ ଅକ୍ସିଜେନ୍ ଲେଭେଲ୍ ତଳକୁ ଖସିଲେ ଡାକ୍ତର ସତର୍କ ହୋଇଯାନ୍ତି | ରୋଗୀଙ୍କୁ ପେଟେଇ ଶୁଆଇଦିଆଯାଏ ଯାହାଫଳରେ ରକ୍ତରେ ଅକ୍ସିଜେନ୍ ମାତ୍ରା ବୃଦ୍ଧି ପାଇବ |

   Related Posts