Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନା ମିଳିଲା ଅକ୍ସିଜେନ ନା ଚିକିତ୍ସାକଲେ ଡାକ୍ତର : ମୃତ୍ୟୁପରେ ଆମ୍ବୁଲାନ୍ସଟିଏ ବି ମିଳିଲାନି, ବାଇକ୍‌ରେ ଗଲା ଶବ

27/04/2021 at 4:34 PM

ଲକ୍ଷ୍ନୌ ୨୭/୦୪ : କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବାର ଆଉ ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ନା ମିଳିଲା ଅକ୍ସିଜେନ, ନା ମିଳିଲା ଭଲ ଚିକିତ୍ସା । ଶେଷରେ ଚାଲିଗଲା ଜଣେ ୧୯ ବର୍ଷୀୟା ଝିଅର ଜୀବନ । ଦୁର୍ଦଶା ସେତିକିରେ ଶେଷ ହେଲାନି । ମୃତ ଶରୀରକୁ ନେଇ ଘରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସଟିଏ ବି ମିଳିଲାନି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫିରୋଜାବାଦରେ ।

शव को मोटरसाइकिल पर ले जाता पिता
aajtak

ସୂଚନା ଅନୁସାରେ, ଫିରୋଜାବାଦର ଟୁଣ୍ଡଲା ଗାଁ ନିବାସୀ ଶିବନାରାୟଙ୍କ ଝିଅ ହଠାତ ଅସୁସ୍ଥ ହୋଇପଡିଥିଲେ । ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକେ ତୁରନ୍ତ ସରକାରୀ ଟ୍ରମା କେୟାରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଅକ୍ସିଜେନ ନଥିବାରୁ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରିନଥିଲେ । ଏମିତିକି ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲେ ସୁଦ୍ଧା ଅକ୍ସିଜେନ ବି ମିଳିନଥିଲା । ଶେଷରେ ଡାକ୍ତର ମୃତ ଘୋଷଣା କରିଥିଲେ ।

शव को मोटरसाइकिल पर ले जाता पिता
aajtak

ତେବେ ଏତିକିରେ ଶେଷ ହୋଇନଥିଲା ପରିବାରର ଦୁଃଖ । ମୃତ ଦେହକୁ ଘର ଯାଏଁ ନେବାକୁ ଯେତେ ଗୁହାରି କଲେ ବି ଆମ୍ବୁଲାନ୍ସଟିଏ ବି ମିଳିନଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯେତେ ନେହୁରା ହୋଇଥିଲେ ସୁଦ୍ଧା କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ଅସହାୟ ପିତା ବାଇକ୍‌ରେ ମୃତ ଦେହକୁ ଘରକୁ ନେଇଥିଲେ ।

शव को मोटरसाइकिल पर ले जाता पिता

   Related Posts