IIT କାନପୁର ପୂର୍ବତନ ଛାତ୍ରଙ୍କ କମାଲ, ଏଣିକି ସାନିଟାଇଜର ଭଳି ପକେଟରେ ରଖିହେବ ଅକ୍ସିଜେନ୍

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୦୭ : କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ବ୍ୟାପକ ବିପଦ ସୃଷ୍ଟି କରିଥିଲା । ଏହି ଲହର ସମୟରେ ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସବୁ ସ୍ଥାନରେ ଅମ୍ଳଜାନକୁ ନେଇ ଦୟନୀତ ସ୍ଥିତି ଉପୁଜିଥିଲା । ହେଲେ କରୋନା ଭୂତାଣୁ ଏପର୍ଯ୍ୟନ୍ତ ଆମ ଭିତରୁ ଯାଇ ନାହାଁନ୍ତି । ଏଥିପାଇଁ ଲୋକଙ୍କୁ ସେମାନଙ୍କ ସହିତ ମାସ୍କ ଏବଂ ସାନିଟାଇଜର ନେବାକୁ ପରାମର୍ଶ ଦିଆଯାଇଛି ।

ତେବେ ଏହାରି ଭିତରେ ଆସିଛି ଆଉ ଗୋଟେ ଆଶ୍ୱସ୍ତିକର ଖବର । ସାନିଟାଇଜର ଭଳି ଆପଣ ନିଜ ପକେଟରେ ନେଇପାରିବେ ଅମ୍ଳଜାନ । ହଁ, ଏପରି ଏକ ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି IIT କାନପୁର ପୂର୍ବତନ ଛାତ୍ର । ଏହାଦ୍ୱାରା ଆପଣ ଏକ ବୋତଲ ଅମ୍ଳଜାନ ସାଙ୍ଗରେ ନେଇପାରିବେ । ସୂଚନା ଥାଉକି, ଆଇଆଇଟି କାନପୁର ଆଲୁମନାସ୍ ଏବଂ ଇ-ସ୍ପିନ୍ ନାନୋଟେକ୍ ପିଭି ଲିମିଟେଡ୍ର ଡକ୍ଟର ସନ୍ଦୀପ ପାଟିଲ୍ ଅକ୍ସିରାଇଜ୍ ନାମକ ଏକ ବୋତଲ ତିଆରି କରିଛନ୍ତି ଯେଉଁଥିରେ ୧୦ ଲିଟର ଅମ୍ଳଜାନ ଗ୍ୟାସ୍ ଗଚ୍ଛିତ ହୋଇପାରିବ ।

ଏହାର ବିଶେଷତ୍ୱ ​​ହେଉଛି ଯଦି କାହାର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ତାଙ୍କୁ ଏହି ବୋତଲ ମାଧ୍ୟମରେ ଅଳ୍ପ ଅମ୍ଳଜାନ ଦେଇ ଡାକ୍ତରଖାନା ନିଆଯାଇପାରିବ । ଏହି ଅତ୍ୟନ୍ତ ଉପଯୋଗୀ ଅମ୍ଳଜାନ ବୋତଲର ମୂଲ୍ୟ ମାତ୍ର ୪୯୯ ଟଙ୍କା ସ୍ଥିର କରାଯାଇଛି । ଆପଣ ଚାହିଁଲେ ଏହାକୁ ଅନଲାଇନରେ ଅର୍ଡର କରିପାରିବେ । ଡକ୍ଟର ସନ୍ଦୀପ ପାଟିଲ କହିଛନ୍ତି ଯେ ମହାମାରୀର ଏହି ଯୁଗରେ ଅମ୍ଳଜାନର ଏହି ଗୁରୁତର ସମସ୍ୟା ହେତୁ ଏହାର ଉଦ୍ଭାବନ କରାଯାଇଛି ।

ଏହା ପୋର୍ଟେବଲ୍ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସହଜରେ ବ୍ୟବହାର କରାଯାଇପାରିବ । ପାଟିଲଙ୍କ ଅନୁଯାୟୀ ଏହି ବୋତଲରେ ଏକ ସ୍ୱତନ୍ତ୍ର ଉପକରଣ ମଧ୍ୟ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ରୋଗୀର ପାଟିରେ ସ୍ପ୍ରେ କରି ଅମ୍ଳଜାନ ଦିଆଯାଇପାରିବ । ଏହାର ବିକ୍ରୟ କମ୍ପାନୀର ୱେବସାଇଟ୍ swasa.in ରୁ କରାଯାଉଛି । ବର୍ତ୍ତମାନ ଦିନକରେ ୧୦୦୦ ବୋତଲ ଉତ୍ପାଦନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.