ଭାକସିନ୍ ପ୍ରସ୍ତୁତିରେ ଆଗକୁ ବଢୁଛି ଅକ୍ସଫୋର୍ଡ ୟୁନିଭର୍ସିଟି, ଖୁବ ଶୀଘ୍ର ଆସିବ ଭଲ ଖବର

Published By : Prameya-News7 Bureau | June 07, 2020 IST

ଲଣ୍ଡନ, ୦୭|୦୬:  ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭାକସିନ୍ ପ୍ରସ୍ତୁତିରେ ଆଗକୁ ବଢିଥିବା କହିଛି । ୟୁନିଭର୍ସିଟି ସହ ମିଶି ଆଷ୍ଟ୍ରାଜେନେକା କମ୍ପାନୀ ଲକ୍ଷାଧିକ କରୋନା ଭାକସିନ୍ ଡୋଜ୍ ପ୍ରସ୍ତୁତ କରିସାରିଲାଣି । ଏହା କରୋନା ମୁକାବିଲାରେ ସଫଳତା ପାଇବ ବୋଲି ମଧ୍ୟ ଏହି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଆଶା କରିଛି ।

ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାସକାଲ୍ ସୋରିଆଟ୍ କହିଛନ୍ତି ଯେ, ଭାକସିନ୍ ପ୍ରସ୍ତୁତିରେ ଦୁଇଟି ଆଣ୍ଟିବଡିଜକୁ ବ୍ୟବହାର କରାଯାଇଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ । ତେବେ ଏହି ଭାକସିନ୍ ବୟସ୍କଙ୍କ ଶରୀରରେ କାମ ଦେବ ନା ନାହିଁ ତାହା କହିହେବ ନାହିଁ । ତେବେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଏହା କରୋନା ମୁକାବିଲା କରିବାରେ ସଫଳ ହେବ । ଏନଏଚଏସର ହଜାରରୁ ଅଧିକ ନର୍ସଙ୍କୁ ଏହି ଭାକସିନ୍ ପ୍ରଦାନ କରାଯାଇଛି । ତେବେ ଏବେସୁଦ୍ଧା ଏହି ଭାକିସନ୍ କରୋନର ମୁକାବିଲା କରିବାରେ  ଶତ ପ୍ରତିଶତ ସଫଳ ହେବ ବୋଲି ସ୍ପଷ୍ଟ ଭାବେ କହି ନାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, ଅକ୍ସଫୋର୍ଡ ଭାକସିନ୍ କାମ କଲେ ଜୁଲାଇ ମାସ ମଧ୍ୟରେ ସମସ୍ତ ପ୍ରମାଣ ମିଳିଯିବ । ଏହାର ଟ୍ରାଏଲ ଲଣ୍ଡନ ବ୍ୟତୀତ ବ୍ରାଜିଲରେ ଆରମ୍ଭ ହୋଇଛି ।

ପୂର୍ବରୁ ଆଷ୍ଟ୍ରାଜେନେକା କହିଥିଲା ଯେ,  ଏବେସୁଦ୍ଧା ଭାକସିନ୍ ପାଇଁ ଅନେକ ଦେଶ ଅର୍ଡର ଦେଇଛନ୍ତି । କିନ୍ତୁ ଆଉ ବେଶୀ ଅର୍ଡର ରଖିବା ସମ୍ଭବପର ନୁହେଁ । ଏହାର କ୍ଲିନିକାଲ ଟ୍ରାଏଲ ରେଜଲ୍ଟ୍ କିଛି ଦିନ ମଧ୍ୟରେ ଆସିଯିବ । ତୃତୀୟ ପର୍ଯ୍ୟାୟରେ ଏହାକୁ ୩୦ ହଜାରଜଣଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯାଇଛି ।  ଏହାସଫଳ ହେଲେ ଅନ୍ୟ ଦେଶରେ ଏହାକୁ ଟ୍ରାଏଲ କରାଯିବ । ସେପ୍ଟେମ୍ବର ସୁଦ୍ଧା ଇଂଲଣ୍ଡରେ ୩୦ ମିଲିୟନ ଲୋକଙ୍କୁ ଭାକସିନ୍ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.