ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଛି କରୋନା ଭାକସିନ୍, କରାଯାଉଛି କ୍ଲିନିକାଲ ଟେଷ୍ଟ୍

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ, ୨୮|୦୩: ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢେଇ କରୁଛି । ଏବୁସୁଦ୍ଧା ଏହି ମାରାତ୍ମକ ଭାଇରସର ଭାକସିନ୍ ବାହାରି ନାହିଁ । ଅନେକ ଗବେଷକ, ବୈଜ୍ଞାନିକ ଏହାର ଭାକସିନ୍ ପ୍ରସ୍ତୁତ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଏହା ମଧ୍ୟରେ ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭାକସିନକୁ ମାନବ ଶରୀରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କରିଥିବା ଘୋଷଣା କରିଛି ।

ୟୁନିଭର୍ସିଟି କହିଛି ଯେ, ଗବେଷକମାନେ କୋଭିଡ-୧୯ର ଭାକସିନ୍ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।ଏହାକୁ ଶୁକ୍ରବାର ୧୮ରୁ ୫୫ ବୟସର ବ୍ୟକ୍ତିଙ୍କ ଉପରେ ପ୍ରୟୋଗ କରାଯାଇଛି । ଏଥିରେ ଭାଇରାଲ୍ ଭେକ୍ଟୋରେଡ୍ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି ।

{"id":245321,"width":745,"height":419,"sizeSlug":"large"}

ଅକ୍ସଫୋର୍ଡ ୟୁନିଭର୍ସିଟି ଏହି ଭାକସିନ୍ ପ୍ରସ୍ତୁତ ପାଇଁ ରକି ମାଉଣ୍ଟେନ୍ ଲାବୋରାଟୋରୀ ଓ ଅଷ୍ଟ୍ରେଲିଆର ସିଏସଆଇଆରଓର ସହାୟତା ନେଇଛି । ଏହି ନୂଆ ଭାକସିନ୍ କରୋନା ଭାଇରସ ସହ ଲଢିବା ଯେଉଁ ଭାଇରସ ସାରା ବିଶ୍ୱରେ ୨୫ ହଜାରରୁ ଅଧିକ ଜୀବନ ନେଲାଣି । କେବଳ ଅକ୍ସଫୋର୍ଡ ନୁହେଁ ଆହୁରି ୧୪ଟି ଅନୁଷ୍ଠାନ କରୋନା ଭାକସିନ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି ।  

ଏହି ରିସର୍ଚ୍ଚର ମୁଖ୍ୟ ଗବେଷକ ପ୍ରଫେସର ଆଣ୍ଡ୍ର୍ୟୁ ପୋଲାର୍ଡ କହିଛନ୍ତି ଯେ, ଭାକସିନର କ୍ଲିନିକାଲ୍ ପରୀକ୍ଷଣ ଏବେ ପ୍ରଥମ ପର୍ଯ୍ୟାୟରେ ପହଁଚିଛି । ଏଥିରୁ ଏହା କେତେ ପରିମାଣରେ ସଫଳ ହେବ ତାହା ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.