ଭୁବନେଶ୍ୱର ୦୮।୧୦: ଗଞ୍ଜାମରେ କରୋନା ନିୟନ୍ତ୍ରଣ ସାରା ବିଶ୍ବ ପାଇଁ ଉଦାହରଣ ହୋଇଛି। ଗଞ୍ଜାମ ମଡେଲକୁ ପ୍ରଶଂସା କରିଛି ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ। ଗଞ୍ଜାମ ଏବଂ ଧରାବୀରେ ଯେଉଁଭଳି ଭାବେ ଦ୍ରୁତ ଗତିରେ କରୋନା ବ୍ୟାପିଥିଲା କିନ୍ତୁ ପରେ ଏଠାରେ କରୋନା ନିୟନ୍ତ୍ରଣ ଆସିବା ପ୍ରଶଂସନୀୟ ଉଦ୍ୟମ ବୋଲି ଏଥିରେ ଦର୍ଶାଯାଇଛି।
{"id":340546,"sizeSlug":"large"}ବିଶେଷ କରି ଯେଉଁଭଳି ଭାବେ ସରପଞ୍ଚଙ୍କୁ କାର୍ଯ୍ୟରେ ଲଗାଇ ଛୋଟ ଛୋଟ ପକେଟରେ ଏଠାରେ କରୋନାକୁ ନିୟନ୍ତ୍ରଣ କରାଗଲା ତାହା ପ୍ରଶଂସନୀୟ ଉଦ୍ୟମ। ଏପରିକି ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଇଥିଲା। ଏହି କମିଟି ଘରକୁ ଘର ବୁଲି ସ୍କ୍ରିନିଂ କରିଥିଲା। ପ୍ରତି ୫ଟି ଗାଁରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଗଲା। ସେହିପରି ଏକ ହଜାରରୁ ଅଧିକ ଭଲ୍ୟୁଣ୍ଟର ଗାଁ ଗାଁରେ କରୋନା ନିୟନ୍ତ୍ରଣରେ ଲାଗି ରହିଥିଲେ। ଏକଦା ଗଞ୍ଜାମରେ ୨୦ ହଜାର ଉପରେ ରୋଗୀ ଥିଲେ କିନ୍ତୁ ମିଳିତ ଉଦ୍ୟମରେ ୯୮ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଏଠାରେ ସକ୍ରିୟ ରୋଗୀ ୨୦୦ ତଳକୁ ଖସି ଆସିବା ବଡ଼ କଥା ବୋଲି ଅକ୍ସଫୋର୍ଡ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ।
wp:html/wp:htmlGanjam earned praise from @UniofOxford for its successful model of #COVID19 infection prevention. The district excelled in #CovidManagement by empowering sarpanchs, forming committees in villages for intensive screening & by ensuring proper healthcare. https://t.co/jTSG0JWrcv
— CMO Odisha (@CMO_Odisha) October 8, 2020
କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ମଲେଲର ରୂପରେଖ ପ୍ରସ୍ତୁତ କରିଥିବା ଓଡ଼ିଶା ସରକାରଙ୍କୁ ପ୍ରଶଂସା କରାଯାଇଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଛୋଟ ଛୋଟ ଅଞ୍ଚଳ ଉପରେ ଗୁରୁତ୍ବ ଦିଆଯିବା ସହିତ ଗଞ୍ଜାମ ମଡେଲକୁ ଅନୁସରଣ କରିବା ଲାଗି ଅକ୍ସଫୋର୍ଡ ରିପୋର୍ଟରେ କୁହାଯାଇଛି। ୩୧୦ଟି ସହରର କରୋନା ସ୍ଥିତିକୁ ଅନୁଧ୍ୟାନ କରାଯାଇ ଅକ୍ସଫୋର୍ଡ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ସେହିପରି ବିଶ୍ବ ବ୍ୟାଙ୍କ ମଧ୍ୟ ଧରାବି ମଡେଲକୁ ପ୍ରଶଂସା
{"id":340548,"sizeSlug":"large"}