ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣା ସଫଳ, ମାଙ୍କଡଙ୍କ ଶରୀରରେ କାମ କରୁଛି କରୋନା ଟୀକା

Published By : Prameya-News7 Bureau | May 16, 2020 IST

ଲଣ୍ଡନ ୧୬।୦୫: ସାରାବିଶ୍ୱରେ କରୋନା ଅଣାୟତ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଦିନକୁ ଦିନ ମାଡିସାରିଲାଣି କରୋନା ଭାଇରସ । ଏହି ଭଳି ମାରାମତ୍ମକ ଭାଇରସରୁ କିପରି ରକ୍ଷା ପାଇବେ ଏଥିପାଇଁ ଗବେଷକ, ବିଷେଶଜ୍ଞ, ଡାକ୍ତର ଦିନରାତି ଉଦ୍ୟମ ଜାରି ରଖିଛନ୍ତି । ତେବେ ବ୍ରିଟେନ୍‌ କୋଭିଡ-୧୯ଟୀକା ପରୀକ୍ଷଣ ଯୋଜନା ନେଇ ରିସସ୍ ମକାଓ ମାଙ୍କଡ ତଥା ସାମାନ୍ୟ ଲାଲ୍ ମୁହଁ ଥିବା ମାଙ୍କଡଙ୍କ ଉପରେ କରାଯାଇଥିବା ପରୀକ୍ଷଣ ସଫଳ ହେବାର ଆଭାସ ମିଳୁଛି । ଏହି ଟୀକାର ପରୀକ୍ଷଣ ବର୍ତ୍ତମାନ ଅକ୍ପଫୋର୍ଡ ୟୁନିର୍ଭରସିଟିରେ ଚାଲିଛି । ମାଙ୍କଡ ଉପରେ କରାଯାଉଥିବା ଟୀକର ପ୍ରଭାବ ଧୀର ଧୀରେ ଦେଖିବାକୁ ମିଳୁଛି ବୋଲି ଗବେଷକମାନେ କହିଛନ୍ତି ।

{"id":270712,"sizeSlug":"large"}

ତେବେ ଅଧ୍ୟୟନ ଅନୁଯାୟୀ, ଟୀକାର ଏକ ବୁନ୍ଦା ଫୁସ୍‌ଫୁସ୍‌ରେ ସେହି ଅଙ୍ଗରେ ହେବାକୁ ଥିବା କ୍ଷତିରୁ ବଞ୍ଚାଇପାରିବ ଯାହାଉପରେ ଭାଇରସର ଖୁବ ପ୍ରଭାବ ପଡିପାରେ । ଅନୁସନ୍ଧାନରୁ ଏହା ମଧ୍ୟ ମିଳିଛି ଯେ, ଯେଉଁ ଛଅଟି ମାଙ୍କଡଙ୍କ ଉପରେ ଏହା ଟୀକାର ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ନିକଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାଇରାଲ ନିମୋନିଆ ହୋଇନାହିଁ । ତେବେ ଏହା ବ୍ୟତୀତ ମାଙ୍କଡମାନଙ୍କୁ ଦିଆଯାଇଥିବା ଟୀକାର କୌଣସି ଇନ୍‌ପେକ୍ସନ ଦେଖିବାକୁ ମିଳିନାହିଁ । ଏହି ଟୀକାଦ୍ୱାର ମଧ୍ୟ ମାଙ୍କଡକୁ ଦୁର୍ବଳ କରୁଥିବାର ଦେଖିବାକୁ ମିଳିନାହିଁ  ।   ଏହାଦ୍ୱାର ଟୀକାର ସଫଳ ପରୀକ୍ଷଣ ନେଇ ଆଶା ଦେଖାଦେଉଛି । ତେବେ ଆଗକୁ ଦେଖିବାକୁ ରହିଲା ଏହି ଟୀକାଗୁଡିକ ମଣିଷମାନଙ୍କ ଦେହରେ କେତେ ପ୍ରଭାବ ପକାଇପାରୁଛି କି ନାହିଁ  ବୋଲି ଗବେଷକମାନେ କହିଛନ୍ତି । ସେହିପରି ମଣିଷ ଦେହରେ ପରୀକ୍ଷଣ ହେଇଥିବା ଟୀକାର ସଫଳକୁ ନେଇ ବିଷେଶଜ୍ଞ ଅପେକ୍ଷା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.