Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଭାକସିନ୍ ଟ୍ରାଏଲ ସ୍ଥଗିତକୁ ନେଇ ସଫେଇ ରଖିଲା ଅକ୍ସଫୋର୍ଡ, କହିଲା ରୋଗ ସହ ଆଷ୍ଟ୍ରାଜେନେକା ଟିକାର କୌଣସି ସମ୍ପର୍କ ନାହିଁ

17/09/2020 at 11:44 AM

ନୂଆଦିଲ୍ଲୀ ୧୭/୦୯: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା କରୋନା ଭାକସିନର କ୍ଲିନିକାଲ ଟ୍ରାଏଲ ସ୍ଥଗିତ ରଖିବା ନେଇ ସଫେଇ ଦେଇଛି। ଅକ୍ସଫୋର୍ଡ କହିଛି ଆଷ୍ଟ୍ରାଜେନେକା ଭାକସିନର କ୍ଲିନିକାଲ ଟ୍ରାଏଲ ସମୟରେ ଯେଉଁ ପାଶ୍ବପ୍ରତିକ୍ରିୟା ଦେଖାଦେଇଥିଲା ତାର କୋଭିଡ -୧୯ଟିକା ସହ କୌଣସି ସମ୍ବନ୍ଧ ମିଳିଲା ନାହିଁ। ତଦନ୍ତରୁ ଏଭଳି କିଛି ତଥ୍ୟ ମିଳି ନାହିଁ ଯେଉଁ କାରଣରୁ ଭାକସିନ୍ ଟ୍ରାଏଲ ସ୍ଥଗିତ ରଖାଯିବ ବୋଲି ଅକ୍ସଫୋର୍ଡ କହିଛି। ପରୀକ୍ଷା ପରେ ଭାକସିନ୍ ପୂରା ସୁରକ୍ଷିତ ଜଣାପଡ଼ିଛି। ଏହା ସହ ସେମାନଙ୍କ ପୂରା ଫୋକସ୍ ଲୋକଙ୍କ ସୁରକ୍ଷା ଉପରେ ଥିବା କହିଛି ଅକ୍ସଫୋର୍ଡ।

ଅକ୍ସଫୋର୍ଡ ତାର ଏକ ଅନଲାଇନ୍ ଡକ୍ୟୁମେଣ୍ଟରେ ଜଣାଇଛି ଯେ ରସିର୍ଚ ମାଧ୍ୟମରେ ଭାକସିନ୍ ଡୋଜ୍ ଦିଆଯାଇଥିବା ଲୋକଙ୍କର ସମ୍ପୂଣ୍ର୍ଣ ସୁରକ୍ଷା ସହ ସମୀକ୍ଷା କରାଯାଇଛି। ଯେଉଁଥିରେ କୌଣସି ବିପଦର ଆଶଙ୍କା ନାହିଁ।

ତେବେ କ୍ଳିନିକାଲ ଟ୍ରାଏଲ ସମୟରେ ସ୍ବେଚ୍ଛାସେବୀଙ୍କ ଠାରେ ଯେଉଁ ଲକ୍ଷଣ ଦେଖାଯାଇଥିଲା ସେଥିରେ ଟିକାର କୌଣସି ସମ୍ପର୍କ ନାହିଁ। ଅବଶ୍ୟ ମେଡିକାଲ ସମ୍ବନ୍ଧୀୟ ସୂଚନାର ଖୁଲାସା କରି ହେବ ନାହିଁ କହିଛି ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା। ତେବେ ଏତିକି କୁହାଯାଇପାରିବ ଯେ ସ୍ବତନ୍ତ୍ର ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷଣ ସୁରକ୍ଷିତ। ଏବେ ସ୍ବତନ୍ତ୍ର ସମୀକ୍ଷକ ସୁପାରିଶ କରିଛନ୍ତି ଭାକସିନର କ୍ଲିନିକାଲ ଟ୍ରାଏଲ ଜାରି ରହିବା ଦରକାର। ଆଷ୍ଟ୍ରାଜେନେକା କହିଛି ବ୍ରିଟେନର ମେଡିସନ ହେଲଥ ରେଗୁଲେଟରି ଅଥୋରିଟି ମଧ୍ୟ ଏହି ପୂରା ତଦନ୍ତ ପରେ ଏହାକୁ ସୁରକ୍ଷିତ କହିଛନ୍ତି।

ସେପ୍ଟେମ୍ବର ୬ରେ ବ୍ରିଟେନରେ ଜଣେ ସ୍ବେଚ୍ଛାସେବୀ ଗୁରୁତର ହେବାରୁ ଟିକାର କ୍ଲିନିକାଲ ଟ୍ରାଏଲ ରୋକି ଦିଆଯାଇଥିଲା। ଅସଲରେ ଭାକିସନର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ଟ୍ରାନ୍ସଭର୍ସ ମାୟାଲାଇଟିସ୍ ଅବସ୍ଥା ଦେଖିବାକୁ ମିଳିଥିଲା। ଏହି ପର୍ଯ୍ୟାୟରେ ବ୍ୟକ୍ତିଙ୍କ ମେରୁଦଣ୍ଡ ଅସ୍ଥିରେ ଯନ୍ତ୍ରଣା ହୋଇଥାଏ ଓ ଏହା ଇନଫେକସନକୁ ବଢ଼ାଇ ଥାଏ। ଏହିସବୁ ସମସ୍ୟା ଦେଖାଦେବାରୁ ଭାକସିନ୍ ଟ୍ରାଏଲ ସ୍ଥଗିତ ରଖାଯାଇଥିଲା।

   Related Posts