Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କରୋନାରେ ଖୁସି ଖବର ! ବୟସ୍କ ଓ ବୃଦ୍ଧଙ୍କ ଉପରେ ପ୍ରଭାବି ହେଉଛି ଅକ୍ସଫର୍ଡର କରୋନା ଟିକା, ସୃଷ୍ଟି କରୁଛି ଆଣ୍ଟିବଡି

26/10/2020 at 5:45 PM

ନୂଆଦିଲ୍ଲୀ ୨୬।୧୦: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ ମହାମାରୀ। ଦିନକୁ ଦିଗୁଣା ରାତିକୁ ୪ ଗୁଣା ହାରରେ ସଂକ୍ରମିତ ହେଉଥିବା ଭୂତାଣୁ ଯୋଗୁ ମୃତ୍ୟୁ ହାର ମଧ୍ୟ ବଢିବଢି ଚାଲିଛି। ଏଥିରେ ଏକ ଭଲ ଖବର ମଧ୍ୟ ଆସୁଛି। କରୋନା ମୁକାବିଲା ଲାଗି ଅକ୍ସଫର୍ଡ ବିକଶିତ କରିଥିବା ଟିକା ବୟସ୍କ ଓ ବୃଦ୍ଧଙ୍କଠାରେ ବେଶ୍ ପ୍ରଭାବୀ ହେଉଥିବା ପ୍ରଥମଥର ଜଣାପଡିଛି।

ବିଦେଶୀ ମିଡିଆରୁ ମିଳୁଥିବା ସୂଚନାରୁ ଅକ୍ସଫୋର୍ଡର କରୋନା ଟିକାକରଣ ପରେ ବୟସ୍କ ଓ ବୃଦ୍ଧଙ୍କ ଠାରେ ଆଣ୍ଟିବଡିଜ୍ ବିକଶିତ ହେବା ସହ  ଟି-ସେଲସ୍ ସୃଷ୍ଟି ମଧ୍ୟ କରିଛି। ଯାହା କରୋନା ଭାଇରସ ମୁକାବିଲା ଲାଗି ସକ୍ଷମ ବୋଲି କୁହାଯାଇଛି। କରୋନା ଭେକ୍ସିନ ପରୀକ୍ଷଣରେ ସାମିଲ ବୃଦ୍ଧ ଭଲେଣ୍ଟିୟର୍ସଙ୍କ ଜୁଲାଇରେ ଜାରି ବ୍ଲଡ ରିପୋର୍ଟ ତଥ୍ୟ ସମୀକ୍ଷା କରିବା ପରେ ଏହି ତଥ୍ୟ ଜଣାପଡିଛି।

ଭେକ୍ସିନ ଦେବା ପରେ ଏପରି ସ୍ୱେଚ୍ଛାସେବୀଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଢେର ବଢିଥିବା ଜଣାପଡିଛି। କେବଳ ବୃଦ୍ଧ ନୁହନ୍ତି ୧୮ରୁ ୫୫ ବର୍ଷ ବୟସ୍କଙ୍କ ଠାରେ ଭେକ୍ସିନର ଆଶାଜନକ ପରିଣାମ ମିଳିଥିବା ମଧ୍ୟ କୁହାଯାଉଛି। ଅକ୍ସଫର୍ଡ ଟିକାର ପ୍ରସ୍ତୁତି ଦାୟିତ୍ୱ ଏଷ୍ଟ୍ରାଜେନେକା ନେଇଛନ୍ତି। ଭେକ୍ସିନର କ୍ଲିନିକାଲ ଟ୍ରାୟଲ ପରିଣାମକୁ ଏଷ୍ଟ୍ରାଜେନେକା ଉତ୍ସାହ ବର୍ଦ୍ଧକ ବୋଲି କହିଛି। ବୃଦ୍ଧ ଓ ବୟସ୍କଙ୍କ ମଧ୍ୟରେ ଏହି ଟିକା ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି କରିଥିବାର ଦେଖା ଯାଇଛି। ଏହା ଛଡା କ୍ଲିନିକାଲ ଟ୍ରାୟଲରୁ ଟିକାର କୌଣସି ଦୁସ୍ପ୍ରଭାବ ମଧ୍ୟ ଦେଖାଯାଇନି। ଏଥିରୁ ଭେକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବକାରୀ ବୋଲି କହିଛି ଏଷ୍ଟ୍ରେଜେନେକା।

   Related Posts