Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବର୍ଷ ଶେଷ ସୁଧା ଆସି ନପାରେ ଅକ୍ସଫର୍ଡ Covid ଟିକା, ଜାଣନ୍ତୁ କ’ଣ କହିଛନ୍ତି ଟ୍ରାଏଲ ମୁଖ୍ୟ

4/11/2020 at 11:07 PM

ଲଣ୍ଡନ: କରୋନା ଭାଇରସ ମହାମାରୀ ଲାଗି ଅକ୍ସଫର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରୁଥିବା ଟିକାର ଲେଟ୍ ଷ୍ଟେଜ ଟ୍ରାଏଲ ବର୍ଷ ସରିବା ପୂର୍ବରୁ ହୋଇସାରିଥିବ। ହେଲେ ଖ୍ରୀଷ୍ଟମାସ ପୂର୍ବରୁ ଟିକା ପ୍ରସ୍ତୁତି ସରିଥିବ କି ନା ଏନେଇ  ଟିକାର ମୁଖ୍ୟ ପରୀକ୍ଷା ଅନୁସନ୍ଧାନ ଅଧିକାରୀ ସନ୍ଦେହ ଥିବା ବୁଧବାର କହିଛନ୍ତି।

ଅକ୍ସଫର୍ଡ ଭେକ୍ସିନ ଟ୍ରାଏଲ ମୁଖ୍ୟ ଅନୁସନ୍ଧାନକାରୀ ଅଧିକାରୀ ଆଣ୍ଡ୍ର୍ୟୁ ପୋଲାର୍ଡ ଚଳିତ ବର୍ଷ ପରୀକ୍ଷଣ ଫଳାଫଳ ଉପସ୍ଥାପନ ନେଇ କହିଛନ୍ତି ଯେ ବର୍ଷ ଶେଷ ପୂର୍ବରୁ ଆମେ ଏହି ବିନ୍ଦୁରେ ନିଶ୍ଚିତ ପହଞ୍ଚିସାରିଥିବୁ। ତେବେ ଏହି ଟିକା କାମ କରିଛି କି ନା, ଚଳିତବର୍ଷ ଟିକା ଆସିବ କି ନା, ନିୟାମକଙ୍କ ଦ୍ୱାରା ତଥ୍ୟର ସଯତ୍ନ ବିଶ୍ଲେଷଣ ପରେ ଜଣାପଡିବ। ସେହିପରି ଟିକା କିଏ ପାଇବେ ସେ ନେଇ ରାଜନୈତିକ ସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଫୋଲାର୍ଡ।

ତେବେ ଖ୍ରୀଷ୍ଟମାସ ପୂର୍ବରୁ ଟିକାକରଣ ହୋଇ ପାରିବ କି ନା ସେ ନେଇ ପ୍ରଶ୍ନର ଜବାବରେ ଅକ୍ସଫର୍ଡ ଭେକ୍ସିନ ଗ୍ରୁପର ନିର୍ଦ୍ଦେଶକ ପୋଲାର୍ଡ କହିଛନ୍ତିଯେ ଏହା ସମ୍ଭବ ହେବାର ସମ୍ଭାବନା ଅଛି ହେଲେ ହେଲେ ଏ ସମ୍ପର୍କରେ ମୋତେ ବିସ୍ତୃତ ଜଣା ନାହିଁ। ଆମର  ବିଟ୍ ହେଲା ଆମେ ଲକ୍ଷର ନିକଟତର ହୋଇଛୁ କି ନା ଅଥବା ଆମେ ସେଠାରେ ପହଞ୍ଚିପାରି ନାହୁଁ ତାହା ନିଶ୍ଚିତ କରିବା।

ଆମର ପରୀକ୍ଷଣ ସାରା ବିଶ୍ୱରେ ହେଉଥିବା ଅନେକ ମାମଲା ମଧ୍ୟରୁ ଗୋଟିଏ। ଯେଉଁମାନଙ୍କ ମଧ୍ୟରେ ଅନେକ ବର୍ଷର ଶେଷ ସୁଦ୍ଧା ରିପୋର୍ଟ କରିପାରନ୍ତି। ଏଣୁ ଏକାଧିକ ପଦକ୍ଷେପ ଲାଗି ଏହି ସବୁ ପଦକ୍ଷେପ ନେବା ଆମ ଲାଗି ଜରୁରି ଥିଲା। ଅକ୍ସଫର୍ଡର ଆଷ୍ଟ୍ରାଜେନିକା ବଡ ଫାର୍ମାମାନଙ୍କ ମଧ୍ୟରେ ଅନ୍ୟତମ ଯାହା ଫିଫାଇଜର ଓ ବାୟୋଟେକ୍‌ର କ୍ୟାଣ୍ଡିଡେଟଙ୍କ ସହ ନିଜର ଟିକାକୁ ନିୟାମକଙ୍କ ନିକଟରେ ଉପସ୍ଥାପନ କରିବ।

କରୋନାଭାଇରସ ମହାମାରୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧.୨ ନିୟୁତ ଲୋକଙ୍କ ପ୍ରାଣ ନେଲାଣି। ଏଣୁ ଗୋଟିଏ ଟିକା ହିଁ ବିଶ୍ୱର ଭାଗ୍ୟ ବଦଳାଇଦେବ ବୋଲି ଏବେ ବୁଝା ଯାଉଛି। ଯଦି ଏହା କାମକରି ଯାଏ ତେବେ ବିଶ୍ୱ ପୁଣି ଥରେ ପୂର୍ବ ଭଳି ସ୍ୱଭାବିକ ହୋଇପାରିବ। ଏଥିରେ ଆମେରିକା ଫୁଡ ଏଣ୍ଡ ଡ୍ରଗ ଏଡମିନେଷ୍ଟ୍ରେସନ ଟିକା ଅନୁନ୍ୟ ୫୦ ପ୍ରତିଶତ ପ୍ରଭାବି ହେବା ଆବଶ୍ୟକ ବୋଲି ମାନଦଣ୍ଡ ସ୍ଥିର କରିଛନ୍ତି। ଏଣୁ ମୁଁ ଭାବୁଛି ଟିକା ନିଶ୍ଚିତ ପ୍ରଭାବଶାଳୀ ହେବ ବୋଲି କହିଛନ୍ତି ପାଲୋର୍ଡ । ତେବେ ଟିକାର ପ୍ରକୃତ କାର୍ଯ୍ୟକାରୀତା ସ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏ ବାବଦେ ହୋଇଥିବା ପରୀକ୍ଷଣର ତଥ୍ୟ କେହି ଖୋଲି ନାହାନ୍ତି। ସବୁଠୁ ବଡ଼ କଥା ହେଲା ଏହି ତଥ୍ୟ ଉପରକୁ ଏପର୍ଯ୍ୟନ୍ତ କାହାର ନଜର ଯାଇ ନାହିଁ ବୋଲି ପୋଲାର୍ଡ କହିଛନ୍ତି।

   Related Posts