ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ କୋଭିଡ୍ ଭ୍ୟାକସିନ୍‌କୁ ପ୍ରଥମେ ମିଳିପାରେ ଅନୁମତି

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭/୧୨ : ଜାନୁଆରୀ ସୁଦ୍ଧା କରୋନା ଭାଇରସର ଏକ ସମ୍ଭାବ୍ୟ ଟୀକା ବାହାରିବା ନେଇ ପ୍ରସ୍ତୁତି ଜାରି ରହିଛି । ଭାରତୀୟ ଫାର୍ମା କମ୍ପାନୀମାନେ ବ୍ରିଟେନ ଦ୍ବାରା ପ୍ରସ୍ତୁତ କରାଯାଉଥିବା ଭ୍ୟାସିନକୁ ନେଇ ଆଶାବାଦୀ ଅଛନ୍ତି । ତେବେ ସୂଚନା ମିଳିଛି ଯେ, ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ କୋଭିଡ୍-୧୯ ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିପାରନ୍ତି । ତେବେ ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ ଡ୍ରଗ୍ ଉତ୍ପାଦନ ପାଇଁ ପରୀକ୍ଷା ନୀରିକ୍ଷା ଜାରି ରହିଛି ।

ତେବେ ବ୍ରିଟେନର ଡ୍ରଗ୍ ନିୟାମକ ଅକ୍ସଫୋର୍ଡ ଟୀକାକୁ ଅନୁମୋଦନ ଦେବା ପରେ, CDSCO ଦ୍ବାରା ଜରୁରୀକାଳୀନ ବୈଠକ କରାଯାଇ କୋଭିଡ୍-୧୯ ଟୀକା ପାଇଁ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ନିଷ୍ପତ୍ତି ନିଆଯିବ । ତେବେ ଜରୁରୀକାଳୀନ ଅନୁମତି ଦେବା ପୂର୍ବରୁ ଭାରତରେ କରାଯାଇଥିବା କ୍ଲିନିକାଲ୍ ମୂଲ୍ୟାଙ୍କନର ସୁରକ୍ଷା ଏବଂ ପ୍ରତିରୋପଣ ପାଇଁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ ।

ଭାରତ ବାୟୋଟେକ୍ ଦ୍ବାରା ଜାରି ରହିଥିବା ଭ୍ୟାକସିନ୍ ‘କୋଭାକ୍ସିନ୍’ର ୩ୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବାରୁ ଜରୁରୀକାଳୀନ ବ୍ୟବହାର ପାଇଁ ଆହୁରି କିଛି ସମୟ ଲାଗିପାରେ । ପୂର୍ବ ସପ୍ତାହରେ DCGIଙ୍କୁ ସେରମ୍ ଇନଷ୍ଟିଚ୍ୟୁଟ କିଛି ଗୁରୁତ୍ବପୁର୍ଣ୍ଣ ଡାଟା ପ୍ରଦାନ କରିଥିଲା । ତେବେ ବ୍ରିଟେନ୍‌ରେ ଏବେ କରୋନାର ଦ୍ବିତୀୟ ଲହରୀ ଜାରି ରହିଥିବା ବେଳେ ସାମ୍ଭାବ୍ୟ ଟୀକା କାମ କରିବ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହାକୁ ନେଇ ସରକାର କହିଛନ୍ତି ଭାରତରେ ଯେଉଁ ଭ୍ୟାକସିନ୍ ବିକଶିତ ହୋଇଛି ତାହା କରୋନାର ଯେକୌଣସି ଷ୍ଟ୍ରେନ୍‌କୁ ରୋକିବାରେ ସକ୍ଷମ । ଭାରତ ବାୟୋଟେକ୍, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଫାଇଜର, କରୋନା ଭ୍ୟାକସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ DCGI ପୂର୍ବରୁ ଆବେଦନ କରିସାରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.