ଅକ୍ସଫୋର୍ଡର କରୋନା ଭ୍ୟାକସିନ ଟ୍ରାଏଲକୁ ପୁଣି ଥରେ ସବୁଜ ସଙ୍କେତ, ସେପ୍ଟେମ୍ବର ୬ରେ ଲାଗିଥିଲା ରୋକ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨।୦୯: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣି ଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ପରୀକ୍ଷଣ ଆରମ୍ଭ କରିବ। ମେଡିସିନ ହେଲ୍‌ଥ ରେଗୁଲେଟରୀ ଅଥରିଟି(ଏମଏଚଆରଏ) ଅକ୍ସଫୋର୍ଡକୁ କ୍ଲିନିକଲ ପରୀକ୍ଷଣ ପାଇଁ ମଞ୍ଜୁରୀ ଦେଇଛି। ଉଲ୍ଲେଖନୀୟ ଭ୍ୟାକସିନର ପରୀକ୍ଷଣ ସମୟରେ ଜଣେ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରୀକ୍ଷଣକୁ ସାମୟିକ ଭାବେ ରୋକି ଦିଆଯାଇଥିଲା। ଭ୍ୟାକସିନର ପରୀକ୍ଷଣକୁ ସବୁଜ ସଙ୍କେତ ମିଳିବା ପରେ  ଅକ୍ସଫୋର୍ଡ କହିଛି ଏମଏଚଆର ତଥ୍ୟର ସମୀକ୍ଷା କରିବା ପରେ ପରୀକ୍ଷଣକୁ ଅନୁମତି ଦେଇଛି। ଏହାର ମାନବ ପରୀକ୍ଷଣକୁ ସେପ୍ଟେମ୍ବର ୬ରେ ରୋକା ଯାଇଥିଲା।

ସିରମ ଇନଷ୍ଟିଚ୍ୟୁୟଟ୍ ଅଫ ଇଣ୍ଡିଆ(ଏସଆଇଆଇ) ଗୁରୁବାର କହିଥିଲା, ସଂସ୍ଥା କୋଭିଡ୍-୧୯ର ସମ୍ଭାବିତ ଟିକା ପରୀକ୍ଷଣ ଉପରେ ରୋକ୍‌ ଲଗାଉଛି। ସିରମ ଇନଷ୍ଟିଚ୍ୟୁୟଟ ୧୦୦ କୋଟିର ଟିକା ପ୍ରସ୍ତୁତ କରିବାକୁ ରାଜିନାମା କରିଛି। ଆମେ ସ୍ଥିତିର ସମୀକ୍ଷା କରୁଛୁ ଓ ଭାରତରେ ପରୀକ୍ଷଣକୁ ବର୍ତ୍ତମାନ ସ୍ଥଗିତ କରୁଛୁ ବୋଲି ସଂସ୍ଥା ନିଜ ପ୍ରତିକ୍ରିୟାରେ କରିଥିଲା। ସିରମ ଇନଷ୍ଟିଚ୍ୟୁୟଟ ଦୁନିଆର ସବୁଠୁ ବଡ ଟିକା ନିର୍ମାଣକାରୀ ସଂସ୍ଥା।

ଉଲ୍ଲେଖଯୋଗ୍ୟ, ବ୍ରିଟେନ୍‌ରେ ଆଷ୍ଟ୍ରାଜେନେକା ଭ୍ୟାକସିନ୍‌ର ଅନ୍ତିମ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି। ହେଲେ ଜଣେ ଗୁରୁତର ଅସୁସ୍ଥ ହେବାରୁ ଟ୍ରାଏଲ ଉପରେ ସେପ୍ଟେମ୍ବର ରୋକ୍‌  ଲଗାଯାଇଥିଲା। କିନ୍ତୁ ଭାରତରେ ଭ୍ୟାକସିନର ଟ୍ରାଏଲ ସମୟରେ କୌଣସି  ସ୍ଵେଚ୍ଛାକୃତଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିନଥିଲା। ଦ୍ଵିତୀୟ ପର୍ଯ୍ୟାୟ ଟ୍ରାଏଲରେ ୧୦୦ରୁ ଅଧିକ ଲୋକଙ୍କୁ ଭ୍ୟାକସିନ ଦିଆଯାଇଥିଲା। ମାତ୍ର ଏକ ସପ୍ତାହ ପରେ ବି କାହାରିଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.