Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଖୁସି ଖବର, ୨୦୨୧ ଏପ୍ରିଲ ସୁଦ୍ଧା ଭାରତରେ ଉପଲବ୍ଧ ହୋଇଯିବ ଅକ୍ସଫୋର୍ଡ କରୋନା ଭାକସିନ !

22/11/2020 at 10:59 AM

ନୂଆଦିଲ୍ଲୀ,୨୨/୧୧:   ସାରା ବିଶ୍ୱ ଏବେ କରୋନା ମହାମାରୀର ମୁକାବିଲା କରୁଛି । ଏହା ମଧ୍ୟରେ ବିଭିନ୍ନ ଭାକସିନର ପରୀକ୍ଷଣ ମଧ୍ୟ ଜୋରସୋରରେ ଚାଲିଛି । ଭାରତରେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର ଭାକସିନ କୋଭିସିଲ୍ଡର ପରୀକ୍ଷଣ ଚାଲିଛି । ଭାରତର ସେରମ୍ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡର ଭାକସିନ ଉତ୍ପାଦନ କରୁଛି । ତେବେ ଆସନ୍ତା ୨୦୨୧ ଏପ୍ରିଲ ସୁଦ୍ଧା କରୋନା ଭାକସିନ୍ ଆସିଯିବ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାଓ୍ୱାଲା ।

ସେ କହିଛନ୍ତି ଯେ, ଆସନ୍ତା ୩ରୁ ୪ ମାସ ମଧ୍ୟରେ ଭାକସିନ୍ ଆସିଯିବ । ଏହାସହ ଭାକସିନର ଦାମ୍ କେତେ ରହିବ ସେନେଇ ମଧ୍ୟ ପୁନାଓ୍ୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କଲେ ଭାରତରେ ମଞ୍ଜୁରୀ ପାଇଁ ଆବେଦନ କରାଯିବ । ପ୍ରଥମେ ଜରୁରୀକାଳୀନ ବ୍ୟବହାର ହେବ । ସାଧାରଣ ଲୋକଙ୍କୁ ଭାକସିନ୍ ମିଳିବାରେ ୩ରୁ ୪ ମାସ ସମୟ ଲାଗିପାରେ ।ଏପ୍ରିଲ, ମେ ମାସରେ କେହି କେବେ ଏତେ ଶୀଘ୍ର ଭାକସିନ୍ ଆସିବ ବୋଲି ଭାବି ନଥିଲେ । ବୟସ୍କଙ୍କ ଉପରେ ଏହି ଭାକସିନ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଭାଇରସ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ମଧ୍ୟ । ଏହି ଟିକା ଭାଇରସ କବଳରୁ ଦୀର୍ଘ ସମୟ ଯାଏଁ  ସୁରକ୍ଷା ଦେଇପାରିବ ନା ନାହିଁ ତାହା ସମୟ କହିବ । ଏବେ ଏନେଇ କିଛି ଗ୍ୟାରେଣ୍ଟି ଦେଇ ହେବ ନାହିଁ । ବର୍ତ୍ତମାନ ଚାଲିଥିବା ପରୀକ୍ଷଣରେ ୫୬୦ ଜଣ ଭାଗନେଇଛନ୍ତି । ଏହାମଧ୍ୟରୁ ୨୪୦ଜଣ  ମହିଳାଙ୍କ ବୟସ ୭୦ ବର୍ଷରୁ ଅଧିକ ହେବ ।

ସେ ଆହୁରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ଭାକସିନର ଦାମ୍ ୫୦୦ରୁ ୬୦୦ ଟଙ୍କା ମଧ୍ୟରେ ହେବ । ସରକାର ଅଧିକ ମାତ୍ରାରେ ଭାକସିନ୍ କିଣୁଥିବାରୁ ଦାମ୍ କମିଯିବ । ସରକାରଙ୍କ ପାଇଁ ଡୋଜ୍ ପିଛା ୨୨୫ରୁ ୩୦୦ ଟଙ୍କାର ଭାକସିନ୍ ଉପଲବ୍ଧ ହେବ । ଯାହା ଅନ୍ୟ ଭାକସିନଠୁ ଶସ୍ତା ।  ଅତିଶୀଘ୍ର ପ୍ରତିମାସରେ ୧୦ କୋଟି ଡୋଜ୍ ଉତ୍ପାଦନ ପାଇଁ ପ୍ରୟାସ ଆରମ୍ଭ ହେବ । ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ନେଇ ଚେଷ୍ଟା କରାଯିବ । ଜୁଲାଇ ସୁଦ୍ଧା ୩୦ରୁ ୪୦ କୋଟି ଟିକା ଭାରତକୁ ମିଳିବ ବୋଲି ସେ କହିଛନ୍ତି ।

   Related Posts